ବାଲିପଦରରେ ଶିକ୍ଷା-ନିଯୁକ୍ତି ସମ୍ପର୍କିତ କର୍ମଶାଳା

0
358

ବୁଗୁଡ଼ା : ବାଲିପଦରର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ଶିକ୍ଷା-ନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଜୟନ୍ତ କୁମାର ହୋତାଙ୍କ ସଂଯୋଜନାରେ ପଲିଟେକନିକ୍ ବିଦ୍ୟାଳୟର ପ୍ରଶିକ୍ଷକ ପ୍ରଦୀପ କୁମାର ପାଢ଼ୀ, ଅନୀତା ପତି, ଅଶ୍ରିତା ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କେଉଁ ଶିକ୍ଷା ଅଧ୍ୟୟନ ଦ୍ଵାରା କେଉଁ ପ୍ରକାର ଉପକାର ମିଳି ପାରିବ ଓ କର୍ମ ନିଯୁକ୍ତି ପାଇଁ ସୁବିଧା ହୋଇପାରିବ ସେହି ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ବୃନ୍ଦ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ନୂତନ ଧାରାର
ଶିକ୍ଷା ସମ୍ପର୍କରେ ପ୍ରଶିକ୍ଷକ ଓ ପ୍ରଶିକ୍ଷୀକାଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜର ସନ୍ଦେହ ଦୂର କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ଦାମୋଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here