ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଙ୍ଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ

0
294

ବ୍ରହ୍ମପୁର:ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରୀଡ଼ା ପ୍ରେମୀଙ୍କୁ ଉତ୍ଚାହିତ କରିଥିଲେ ।ତେବେ ଆଜିର ଏହି କ୍ରୀଡା ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ରହ୍ମପୁର ଟିମ୍ ଓ ଗଞ୍ଜାମ ଟିମ୍ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ରହ୍ମପୁର ଟିମ୍ ୧୭-୧୨ ପଏଣ୍ଟ ବ୍ୟବଧାନରେ ଗଞ୍ଜାମ ଟିମ୍ କୁ ପରାସ୍ତ କରି ବିଜୟୀ ହୋଇଥିଲା । ଆଜିର ଏହି କ୍ରୀଡ଼ା ଦିବସ ଅବସରରେ ସମ୍ମାନିତ ଅତିଥି ରୂପେ ସଙ୍ଘ ଉପଦେଷ୍ଟା ସଞ୍ଜିତ ପାଣିଗ୍ରାହୀ ,ଟାଉନ୍ ବିଜେଡି ଉପସଭାପତି ତଥା ସମାଜସେବୀ ବନମାଳୀ ସେଠି, ଗିରିଜା ଶଙ୍କର ତ୍ରିପାଠୀ ଯୋଗ ଦେଇଥିବା ବେଳେ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ କୁମାର ପାଢୀ,ଏନଆଇଏସ୍ କୋଚ୍ ତଥା ଅନ୍ତର୍ଜାତୀୟ ରେଫ୍ରି ପ୍ରଶାନ୍ତ କୁମାର ରଥ,ଉପସଭାପତି ଡଃ ସରୋଜ କୁମାର ସାମନ୍ତ,କୋଷାଧ୍ୟକ୍ଷ ଡ଼ଃ ମନୋଜ କୁମାର ପାତ୍ର,ପୂର୍ବତନ ସେନାଧ୍ୟକ୍ଷ ଅଜିତ କୁମାର,କୋଚର ଦେବରାଜ୍,କ୍ରୀଡା ଶିକ୍ଷକ ତଥା ଜାତୀୟ ରେଫେରୀ ଏ ତେଜଶ୍ବି,ପିଣ୍ଟୁ ବେହେରା ଓ ଚକାଡୋଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଅନୁଷ୍ଠିତ ଏହି କ୍ରୀଡା ଦିବସ ଅବସରରେ ୮୦ରୁ ଉର୍ଦ୍ଧ୍ବ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ମୁଖ୍ୟ ଅତିଥି ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଜଣାଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here