ଜିଲ୍ଲା ବିଜେପି ପକ୍ଷରୁ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧସ୍ତାଧସ୍ତି

0
272

ବ୍ରହ୍ମପୁର: ଦିନକୁ ଦିନ ବିଦ୍ୟୁତ ସମସ୍ୟା ବ୍ରହ୍ମପୁର ସହରରେ ବିଭ୍ରାଟ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ଲୁଟ୍ କରିଚାଲିଛନ୍ତି ।ତେବେ ଜିଲ୍ଲା ବିଜେପି ପକ୍ଷରୁ ବ୍ ଏହାର ପ୍ରତିବାଦରେ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଅଘୋଷିତ ବିଦ୍ୟୁତ୍ କାଟ୍,ଠିକ୍ ସମୟରେ ରିଡିଙ୍ଗ ନ ନେବା,ବିଲ୍ ବୃଦ୍ଧି ଓ ସଠିକ୍ ଚାଲୁଥିବା ମିଟର ବଦଳିକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦଳ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରି ମୁଖ୍ୟ ଫାଟକ ସମ୍ମୁଖରେ ହୋ ହାଲ୍ଲା କରିବା ସହ ମୁଖ୍ୟ ଫାଟକ ସମ୍ମୁଖରେ ଲାଗିଥିବା ଟାଟା ପାୱାର ପୋଷ୍ଟରକୁ ଚିରାଚିରି କରିଥିଲେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଟାଟା ପାୱାର ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ ।ଏହି ଘଟଣା ପରେ ବ୍ରହ୍ମପୁର ଟାଉନ ଏସ.ଡି.ପି.ଓ ବିଷ୍ଣୁ ପ୍ରସାଦ ପତି ଘଟଣା ସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଧେଶକ୍ରମେ ବହୁ ନେତା ଓ କର୍ମୀ ଏକତ୍ରିତ ହୋଇ ଏହି ବିକ୍ଷୋଭ ପ୍ରଦର୍ଶନ କରି ଟାଟା ପାୱାର ସିଇଓଙ୍କୁ ଦାବୀ ଜଣାଇବା ସହ ସମସ୍ୟାର ସମାଧାନ ନିମନ୍ତେ ଦାବୀପତ୍ର ଦେଇଛନ୍ତି । ଯଦି ଏହାର ତୁରନ୍ତ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଦାବି ପତ୍ରରେ ଟାଟା ପାୱାର (ଟିପିଏସ୍‌ଡିଏଲ) ଦ୍ବାରା ସଠିକ ଚାଲୁଥିବା ମିଟର ପରିବର୍ତନ ତୁରନ୍ତ ବନ୍ଦ କରାଯାଉ ତାହା ସହ ଅଘୋଷିତ ବିଦ୍ୟୁତ କାଟ ତୁରନ୍ତ ବନ୍ଦ କରାଯାଉ ଏବଂ ଗରିବ ଲୋକଙ୍କ ଠାରୁ ଯୋର ଜବରଦସ୍ତ ଟଙ୍କା ଆଦାୟରୁ ଟାଟା ପାୱାର ବିରତ ରହୁ ବୋଲି ଉଲ୍ଲେଖ କରାଯାଇଛି । ସୂଚନା ଅନୁଯାଇ ଗତ ଜାନୁୟାରୀ ୨୦୨୧ ଠାରୁ ଟାଟା ପାୱାର ( ଟିପିଏସଓଡିଏଲ ) ଦକ୍ଷିଣ ଓଡିଶା ତଥା ବ୍ରହ୍ମପୁର ସହରର ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ବିତରଣ ଦାୟୀତ୍ବ ନେବା ଦିନ ଠାରୁ ଟାଟା ପାୱାର ଜନସାଧାରଣଙ୍କୁ ବିଦ୍ୟୁତ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋ ଭୋଲଟେଜ ଯୋଗୁଁ ସର୍ବସାଧାରଣ ହନ୍ତସନ୍ତ ହେଉଛନ୍ତି । ବ୍ରହ୍ମପୁର ମହାନଗର ବ୍ୟବସାୟର କେନ୍ଦ୍ର ସ୍ଥଳୀ ହୋଇଥିବା ବେଳେ ବାହାର ସ୍ଥାନରୁ ବହୁ ଲୋକ ସହରକୁ ଆସୁଥିବା ଏବଂ ସଂନ୍ଧ୍ୟା ସମୟରେ ନିଜ ଅଂଚଳକୁ ଫେରନ୍ତି ତେବେ ସଂନ୍ଧ୍ୟା ସମୟରେ ବହୁ ସମୟରେ ସମଗ୍ର ସହରର ବିଦ୍ୟୁତ ସେବା ବନ୍ଦ ରହୁଛି । ରାତି ଅଧିଆ ବିଦ୍ୟୁତ କାଟ ହେଉଛି । ଯାହାର ଫଳ ସ୍ୱରୂପ ଅପରାଧ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହେଉଛି ବୋଲି ବିଜେପି ଅଭିଯୋଗ କରିଛି ।ଲୋକଙ୍କୁ ସେବା ଯୋଗାଇବା ବଦଳରେ ଟାଟା ପାୱାର ନିଜର କ୍ଷମତାର ଦୁରପଯୋଗ କରି ନିଜର ବ୍ୟବସାୟ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ମିଟର ପରିବର୍ତନ ପ୍ରକ୍ରିୟା ଆରମ୍ଭ କରିଛି ।ସଠିକ ଚାଲୁଥିବା ମିଟର ଗୁଡିକୁ ସର୍ବସାଧାରଣଙ୍କ ବିନା ଅନୁମତିରେ ଟାଟା ପାୱାର ଦ୍ଵାରା ପରିବର୍ତନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ଉପଭୋକ୍ତା ମାନଙ୍କୁ ଭୟଭୀତ କରାଯାଉଛି । ଓଡିଶାର କୌଣସି ସ୍ଥାନରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା ଚାଲୁ ହୋଇନଥିବା ବେଳେ ଏବଂ ରାଜ୍ୟ ସରକାର ଓଡିଶାରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା କରିବା ନେଇ ସର୍ବସାଧାରଣରେ କୌଣସି ଘୋଷଣା କରିନଥିବା କିମ୍ବା ସର୍ବସାଧାରଣରେ ଟାଟାକୁ ଅନୁମତି ପ୍ରଦାନ କରିନଥିବା ବେଳେ ଟାଟା ପାୱାର ଦ୍ବାରା ବ୍ରହ୍ମପୁର ସହରକୁ ଏହି ବ୍ୟବସ୍ଥାର ପ୍ରୟୋଗଶାଳା କରାଯାଇଛି ଯାହାକି ଅତି ନିନ୍ଦନୀୟ ବୋଲି ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତି କହିଛନ୍ତି । ଉପଭୋକ୍ତା ମାନଙ୍କ ଘରେ ସଠିକ କାର୍ଯ୍ୟକ୍ଷମ ଥିବା ମିଟର ଗୁଡିକୁ କୌଣସି କାରଣ ନ ଦର୍ଶାଇ କିମ୍ବା ଆଗୁଆ ଚିଠି କରାନଯାଇ ବଦଳା ଯାଉଛି ଯାହାକି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ ୨୦୦୪ର ସିଧା ସଳଖ ଉଲଙ୍ଘନ ଅଟେ,କାରଣ ନିୟମ ଅନୁସାରେ ଠିକ୍ ଚାଲୁଥିବା ମିଟର ପରିବର୍ତନ କରି ଆଉ ଗୋଟିଏ ମିଟର ବସାଯାଇପାରିବ ନାହିଁ ଏବଂ ତତ୍ ସହିତ ଓଇଆରସି କୋଡ – ୨୦୦୪ର ଧାରା ୫୯୯୪ ) ଅନୁଯାୟୀ ମିଟର ସେତେବେଳେ ପରିବର୍ତନ ହେବ ଯେତେବେଳେ କୌଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ । ବର୍ତମାନ ଟାଟା ପାୱାର ଦ୍ଵାରା ଯୋଉଁ ମିଟର ପରିବର୍ତନ କାର୍ଯ୍ୟ ଚାଲୁରହିଛି ତାହା ଉପରୋକ୍ତ ୨ଟି ସର୍ତକୁ ପୂରଣ କରୁନାହିଁ ତେଣୁ ଏହି ଭଳି ବେଆଇନ କାର୍ଯ୍ୟକଳାପକୁ ବିଜେପି ନିନ୍ଦା କରିବା ସହ ଘୋର ବିରୋଧ କରୁଛି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତିଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,କର୍ପୋରେଟର ତଥା ଜିଲ୍ଲା ସମ୍ପାଦକ ପ୍ରଦୀପ ଶତପଥି, ଡ଼ି.କରୁଣାକର,ରଞ୍ଜିତା ବେହେରା,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବର୍ଷା ବିଦ୍ୟୁସ୍ମିତା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଶିବ ଶଙ୍କର ନାୟକ,ଅଭିମନ୍ୟୁ ସାହୁ,ସିଏଚ୍.ଆପନା,ପ୍ରବୀର ପାତ୍ର, ସରୋଜ ପାତ୍ର,ବିନାୟକ ରଥ,କେ.ଚନ୍ଦ୍ରଶେଖର ଦାସ,ସନ୍ତୋଷ ପାତ୍ର, ଭାବଗ୍ରାହୀ ପାଳ,ସୁମନ ଶତପଥି,ତୁମ୍ୱେଶ୍ୱର ନାୟକ,ସରୋଜ ଦାଶ,ବାଙ୍କାନିଧି ସେଠୀ,ଜି.ବିଜୟ ପାତ୍ର, ଆନନ୍ଦ ମହାଙ୍କୁଡ଼,ଗୌରୀ ମହାନ୍ତି, ପି.ରାଜେନ୍ଦ୍ର କୁମାର,ପ୍ରଦୀପ ମିଶ୍ର, ପ୍ରଣୟ ମହାପାତ୍ର,ଅନୁପ ପଣ୍ଡା,ମାଲି ସାହୁ,ପ୍ରଫୁଲ୍ଲ ପାଣିଗ୍ରାହୀ, ରାମନାଥ ଗନ୍ତାୟତ,କେ.ଟୁଙ୍ଗୁରୁ ପାତ୍ର ପ୍ରମୁଖ କର୍ମକର୍ତ୍ତା ସାମିଲ୍ ହୋଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here