ଜି. ଉଦୟଗିରି ଥାନା ଏସଆଇଙ୍କ ଆତ୍ମହତ୍ୟା

0
201

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ସବ -ଇନ୍ସପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନରେ ସିଲିଂ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟା ର କାରଣ ଜଣାପଡିନାହିଁ l ତେବେ, ସେ ଗଲା କିଛି ଦିନ ହେଲା ମାନସିକ ଚାପରେ ଥିବା ଅନୁମାନ କରାଯାଉଥିଲା l ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡିଛି l ଖବର ପାଇ ପୋଲିସ ଏସ୍ଡ଼ିପିଓ ଓ ଅନ୍ୟମାନେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି l ସାଗରିକା ଅବିବାହିତ ଥିଲେ ହେଲେ ଜଣେ ସଚ୍ଚୋଟ ଓ ନିର୍ଭିକ ପୋଲିସ ଅଫିସର ଭାବେ ବେଶ ଜଣାଶୁଣା ଥିଲେ l ସାଗରିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୋଲିସ ଅଫିସରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here