ବୁଗୁଡା ବ୍ଲକରେ ୧୬ ଜଣଙ୍କୁ ସହକାରୀ ଶିକ୍ଷକର ମାନ୍ୟତା ପ୍ରଦାନ

0
502

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ୧୬ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହକାରୀ ଶିକ୍ଷକ ଭାବେ ମାନ୍ୟତା ପ୍ରଦାନ କରାଯାଇଥିବା ଜଣାପଡିଛି। ଦୀର୍ଘ ୬ ବର୍ଷ ଶୃଙ୍ଖଳିତ ଓ ସନ୍ତୋଷ ଜନକ କାର୍ଯ୍ୟ ପରେ ବୁଗୁଡା ବିଇଓ ଅଫିସ ଅର୍ଡର ସଂଖ୍ୟା ୧୪୨୮ ତାରିଖ ୨୫/୦୮/୨୨ ପ୍ରକାରେ ୧୬ ଜଣ ଜୁନିୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଲେଭଲ ପଞ୍ଚମ(ଏ) ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବିଇଓ ପ୍ରଶନ କୁମାର ବେହେରା ପ୍ରଦାନ କରିଥିବା ପତ୍ର ପ୍ରକାରେ କାଳିଆ ପାଣିଗ୍ରାହି, ହାଡୁବନ୍ଧୁ ବେହେରା, ଭରତ ଧାରୁଆ, ବିଶ୍ବରଂଜନ ଦାସ୍ , ରାକେଶ କୁମାର ଦାସ, ସୁପ୍ରିୟା ସାମନ୍ତ ସିଂହାର, ପୁଷ୍ପଲତା ବେହେରା, ସ୍ମିତାରାଣୀ ପାତ୍ର, ବଳରାମ ପ୍ରଧାନ, ପ୍ରମୋଦ କୁମାର ଜେନା, ସଂଜୟ କୁମାର ନିସାଂକ, ଦିପିକା କୁମାରୀ ସେଠୀ, ସର୍ମିଳା ସାହୁ, ମନୋରଂଜନ ପଣ୍ଡା, ବୈଜୟନ୍ତିମାଳା ପ୍ରଧାନ, ଓ ମୈଥିଲି ପଟ୍ଟନାୟକ ପଞ୍ଚମ(ଏ) ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମୁଖ୍ୟ କିରାଣୀ ଭାସ୍କର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ବିଇଓ ଶ୍ରୀ ବେହେରା ଓ ଏବିଇଓ ଶ୍ରୀ ସେନାପତି ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିବା ୧୬ ଜଣଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here