କୁକୁଡ଼ା ଗାଲିରେ ଚଢ଼ଉ ୩ ଅଟକ ,୨୫ଟି ବାଇକ୍ ଜବତ

0
533

ଡାବୁଗାଁ (ଗଗନ ଗନ୍ତାୟତ)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଅନ୍ତର୍ଗତ କାଲିଚୁଆଁ ଗାଁ ନିକଟରେ ଚାଲିଥିବା କୁକୁଡ଼ା ଗାଲି ଉପରେ ପାପଡ଼ାହାଣ୍ଡି ଏସଡିପିଓଙ୍କ ନେତୃତ୍ବରେ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ପୁଲିସ ୨୫ଟି ବାଇକ୍ ଓ ନଗଦ ୮୫୬୦ଟଙ୍କା ଜବତ କରିବା ସହ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । କାଲିଚୁଆଁ ଗ୍ରାମରେ ଆଜି ଅପରାହ୍ନରେ କୁକୁଡ଼ା ଗାଲି ଚାଲିଥିବା ନେଇ ପାପଡ଼ାହାଣ୍ଡି ଏସଡ଼ିପିଓ ଆଦିତ୍ୟ ସେନା କୌଣସି ସୂତ୍ରରୁ ଖବର ପାଇଥିଲେ । ପରେ ଏସଡିପିଓ ଶ୍ରୀ ସେନ ଖାତିଗୁଡା ପୁଲିସ ସହିତ ଏହି କୁକୁଡ଼ା ଗାଲି ଉପରେ ଅତର୍କିତ ଚଢ଼ଉ କରିଥିଲେ । ପୁଲିସକୁ ଦେଖିବା ମାତ୍ରେ କୁକୁଡ଼ା ଗାଲିରେ ଉପସ୍ଥିତ ଲୋକେ ବାଇକ୍ ଛାଡ଼ି ଚମ୍ପଟ ମାରିଥିଲେ । ଏହି ସମୟରେ ପୁଲିସ ତିନି ଜଣଙ୍କୁ କାବୁ କରି ନେଇଥିଲା । ଏଥିସହ ପୁଲିସ ଏହି ସ୍ଥାନରୁ ୨୫ଟି ବାଇକ୍ ଓ ନଗଦ ୮୫୬୦ଟଙ୍କା ଜବତ କରିଥିଲା । ଜବତ ବାଇକ୍ ଗୁଡ଼ିକ ତେନ୍ତୁଳିଖୁଣ୍ଟି ଥାନାରେ ରଖାଯାଇଛି । ଅଟକ ୩ଜଣଙ୍କୁ ପଚରା ଉଚୁରା କରାଯିବା ସହ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here