ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକା ପତ୍ନୀ

0
692

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଭଲ ପାଇବା ଭଗବାନଙ୍କ ବରଦାନ । ହେଲେ କଳିଯୁଗରେ ଏହା କଳଙ୍କ । ଭଲ ପାଇବାର ମୋହ ଛାଡ଼ିଗଲେ କିଏ ଅଧା ରାସ୍ତାରେ ଛାଡି ତ ଆଉ କିଏ ଜୀବନରେ ମାରିଦେଉଛି । ଆଉ କେଉଁଠି ପ୍ରେମିକା ମାନେ ନିଜର ହକ ପାଇଁ ପ୍ରେମିକ ର ଘର ଆଗରେ ଧାରଣା ଦେଇଛନ୍ତି । ଟିକିଏ ନଜର ପକାନ୍ତୁ ଏହି ମହିଳା ଜଣଙ୍କ ଉପରେ। ଏହି ମହିଳା ଜଣଙ୍କ ହେଉଛନ୍ତି ଜୋଛ୍ନା ଗର୍ଦ୍ଧିଆ ଘର ଝାରସୁଗୁଡା ଜିଲାରେ । ଝାରସୁଗୁଡା ଜିଲ୍ଲାର ଗୋଟିଏ ଘରୋଇ ମିକ୍ସଚର କମ୍ପାନୀରେ କାମ କରୁ କରୁ ଭଲ ପାଇ ବସିଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମର ମଶାଣି ସାହିର ଲୋଚନ ବେହେରାଙ୍କ ପୁଅ ମହେଶ୍ୱର ବେହେରାକୁ । । ଟଙ୍କା ଓ ଶାରୀରିକ ସମ୍ପର୍କ ରଖିବା ପାଇଁ କୁ ସମ୍ବଲପୁର ର ଘଣ୍ଟେଶ୍ୱର ମନ୍ଦିରରେ ମିଛ ରେ ବିବାହ କରିଥିଲେ ମହେଶ୍ୱର କିନ୍ତୁ ମିଛୁଆ ପ୍ରେମିକର ମାୟାଜାଲରେ ପଡିଯାଇଥିଲେ ଜୋଛ୍ନା। ଚିହ୍ନି ପାରିନଥିଲେ ମିଛୁଆ ପ୍ରେମିକର ଅସଲ ଚେହେରାକୁ , ହେଲେ ମିଛ ବିବାହ ଓ ପ୍ରେମକୁ ସତ ବୋଲି ଭାବି ସ୍ୱାମୀ ରୂପରେ ଗ୍ରହଣ କରିଥିଲେ ଜୋଛ୍ନା । ଜୋଛ୍ନା ଠାରୁ ମନ ଛାଡ଼ିଗଲା ପରେ ଗାଁକୁ ଚାଲିଆସି ଅନ୍ୟତ୍ର ବିବାହ କରିଥିଲେ ମିଛୁଆ ପ୍ରେମିକ ମହେଶ୍ୱର । ମହେଶ୍ୱରର ବିବାହ ଖବର ପାଇବା ପରେ ସୁଦୂର ଝରସୁଗୁଡ଼ାରୁ ଚାଲି ଆସି ପ୍ରେମିକର ଘର ଆଗରେ ଧାରଣାରେ ବସିଛି ପ୍ରେମିକା । ଘର ଲୋକଙ୍କ ଆଗରେ ଜୋଛ୍ନା ଖୋଲିଦେଇଥିଲେ ମିଛୁଆ ପ୍ରେମିକର ଅସଲ ଗୁମର । ହେଲେ ମହେଶ୍ୱର ଘରଲୋକ କଥାଟିକୁ ଘୋଡେଇ ଦେବାକୁ ଝିଅଟିକୁ ଦେଉଛନ୍ତି ଧମକ ଚମକ । କିନ୍ତୁ ଝିଅଟିର ଗୋଟିଏ ଜିଦି ତାକୁ ବୋହୂର ମାନ୍ୟତା ନମିଳିଲେ ଆତ୍ମହତ୍ୟା କରିବ। ଅନ୍ୟପଟେ ଦେଖାନାହିଁ ମିଛୁଆ ପ୍ରେମିକ ମହେଶ୍ୱରର ।ଏହି ଖବର ସାରା ଅଂଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି,ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here