ମାଟିତଳୁ ମିଳିଲା କୁଢ଼ କୁଢ଼ ଆଧାର କାର୍ଡ

0
250

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନସ୍ଥ ଡରାବ ଗାଁ ରେ ଲୋକଙ୍କ ନାମରେ ଆସିଥିବା ଆଧାରକାର୍ଡ ଲୋକଙ୍କୁ ନ ଦେଇ କୁଢ଼ କୁଢ଼ ଆଧାର କାର୍ଡ ମାଟି ତଳେ ପୋତି ନଷ୍ଟ କରିଦେଲେ ପୋଷ୍ଟ ମାଷ୍ଟର ।ଏଭଳି ଘଟଣା ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ଡରାବ ଗାଁରେ । ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ଡରାଵ ଗାଁ ସମେତ ଆଖପାଖ ୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ ଥିବା ବେଳେ ଗ୍ରାମବାସୀ ନିଜ ଆଧାର କାର୍ଡ ପାଇଁ ମୋହନା ଯାଇ ଜନ ସେବା କେନ୍ଦ୍ରରେ ଚ଼ଢ଼ା ଦରରେ ଅର୍ଥ ଦେଇ ଆବେଦନ କରିଥିଲେ । ହେଲେ ସେମାନଙ୍କ ଆଧାର କାର୍ଡ ପୋଷ୍ଟ ଅଫିସ ଜରିଆରେ ଆସିବା ପରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ପର୍ଶୁଧର ରଣ ସିଂ ସେହି ସବୁ ଆଧାର କାର୍ଡ ଲୋକଙ୍କୁ ନ ଦେଇ ମାଟିରେ ପୋତି ଦେଇଥିବା ସହ ବହୁ ଜଣଙ୍କ ଆଧରକାର୍ଡ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଗାଁର ଜଣେ ବ୍ୟକ୍ତି ଏହା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲା । ଗ୍ରାମବାସୀ ଆସି ମାଟି ଖୋଳି ଶହ ଶହ ଆଧାର କାର୍ଡ ଠାବ କରିଛନ୍ତି । ବର୍ଷ ବର୍ଷ ଧରି ଲୋକଙ୍କ ନାମରେ ଆସୁଥିବା ଆଧାର କାର୍ଡ ସମ୍ପୃକ୍ତ ପୋଷ୍ଟ ଅଫିସ ଲୋକଙ୍କୁ ନ ଦେଇ ଏଭଳି ନଷ୍ଟ କରିଦେଇଥିବା ବେଳେ ଗାଁର ବହୁ ହିତାଧିକାରୀଙ୍କ ଅଧାର କାର୍ଡ ନ ଥିବାରୁ ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।।ତୁରନ୍ତ ଏହାକୁ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଙ୍କ ପ୍ରତିକିୟା ମିଳିପାରିନାହିଁ ।
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here