ପାରଳା ପୈାରାଞ୍ଚଳର ଦୀର୍ଘ ଦିନ ର ସମସ୍ୟା ସମାଧାନ କରିବା ରେ ସଖ୍ୟମ ହୋଇଛି

0
246

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈାରପରିଷଦ ଅଧିନସ୍ଥ ପୈାରପରିଷଦ ପାଚେରୀକୁ ଲାଗିରହିଥିବା ନର୍ଦ୍ଦମା କୁ ଆଜି ପୈାରପ୍ରଶାସନଙ୍କ ଉପସ୍ଥିତ ରେ ନିଜେ ନିର୍ବାହୀ ଅଧିକାରୀ ଙ୍କ ସହିତ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରେ ଜେସିପି ମେସିନ ମାଧ୍ୟମରେ ପୋତି ହୋଇରହିଥିବା ନର୍ଦ୍ଦମା କୁ ଖୋଳାଗଲା। ଏହି ନର୍ଦ୍ଦମା ଦୀର୍ଘ ବର୍ଷ ଧରି ପୋତି ହୋଇଯିବା ପରେ ପୈାରପରିଷଦ ଅଧିକାରୀ ଙ୍କୁ ବାରମ୍ବାର ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୈାର କର୍ତୁପକ୍ଷ କର୍ଣ୍ଣପାତ କରିନଥିବା ଏବଂ ପାଲଟା ଉତ୍ତର ରଖୁଥିଲେ ଯେ ଏହି ରାସ୍ତା ନର୍ଦ୍ଦମା ସବୁ ପିଡବ୍ଲଡି କୁ ହସ୍ତାନ୍ତର କରାଯାଇଛି ସେ ବିଭାଗ ପକ୍ଷରୁ କରିବେ ବୋଲି ପାଲଟା ଜବାବ ରଖୁଥିଲେ । ଅନ୍ୟ ପକ୍ଷରେ ସେହିପରି ପିଡବ୍ଲଡି କୁ ମଧ୍ୟ ବାରମ୍ବାର ଅଭିଯୋଗ କରାଯାଉ ଥିଲେ ସେ ମଧ୍ୟ ତିଳେ ମାତ୍ର କର୍ଣ୍ଣପାତ କରିନଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ପାଞ୍ଚବର୍ଷ ରୁ ଉର୍ଦ୍ଧ୍ବ ହେବ ପାରଳାଖେମୁଣ୍ଡି ପୈାରପରୀଷଦ ଏବଂ ପିଡବ୍ଲଡି ଦୁହେଁ କାଦୁଅ ଫିଙ୍ଗା ଫିଙ୍ଗି ଦେଇଥିବା ଯୋଗୁଁ ମଝିରେ ସାଧାରଣ ଲୋକେ ବହୁତ ଅସୁବିଧାର ର ସମ୍ମୁଖୀନ ହେବାକୁ ପଡୁଥିଲା। ଶେଷରେ ମାର୍ଚ୍ଚ ମାସ ରେ ନୂତନ ଭାବେ କାଉନସିଲର ଏବଂ ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ବହୁବାର ଅଭିଯୋଗ ଆସିବା ପରେ ଆଜି ହିଁ ପୋତି ହୋଇଯିବା ନର୍ଦ୍ଦମା କୁ ଖୋଳାଯାଇଥିବା ରେ ସଖ୍ୟମ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ଏଠାରେ ସାଧାରଣ ଲୋକଙ୍କ କହିବା ଅନୁସାରେ ଆଜି ଶ୍ରାବଣ ମାସ ପ୍ରଥମ ଶୁକ୍ରବାର ଦିନ ଶୁଭଦିନ ହୋଇ ଥିବ ବୋଧେ କୈାଣସି ଜ୍ୟୋତିସ୍କାର ଙ୍କ ପରାମର୍ଶ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ଦେଖିବାକୁ ମିଳିଛି। ସେ ଯାହା ହେଉ ବହୁଦିନ ପରେ କାର୍ଯ୍ୟକ୍ରମ କୁ ପୈାର ପ୍ରଶାସନ ହୃଦୟଙ୍ଗମ କରି ଥିବା ବେଳେ ସାଧାରଣ ଲୋକେ ଖୁସି ହୋଇ କରିଥିଲେ ଯେ ଏହା କେତେଦୂର ସଫଳ ହେବ ସମୟ ହିଁ କହିବ ବୋଲି କହିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here