ସଫଳତା ପାଇଁ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
249

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରେ ୭୫ ବର୍ଷ ପୂର୍ତ୍ତି ତଥା ଆଜାତିକା ଅମୃତ ମହୋତ୍ସବ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାରେ ସଫଳ ରୂପାୟନ ପାଇଁ ଆଜି ଜିଲ୍ଲା ସ୍ତରୀୟ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। । ଏହି ପରିପ୍ରେକ୍ଷୀରେ ଜିଲ୍ଲା ମିଶନ ଶକ୍ତି ଅଧିନସ୍ତ ରାୟଗଡା ବ୍ଲକର ରାୟଗଡ଼ ଓ ଜିରାଙ୍ଗ ସ୍ଥିତ ୨ ଟି ସିଲେଇ ତାଲିମ କେନ୍ଦ୍ରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ତିଆରି ହୋଇଥିବା ୫୦ ହଜାର ତ୍ରିରଙ୍ଗା ପତାକାରଏହି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମି ରଂଜନ ସେଠୀ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏହି କାର୍ଯ୍ୟକ୍ରମ ଯୋଗଦେଇ ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ୭୬ ତମ ସ୍ଵାଧୀନତା ଦିବସ ପାଳନ କରାଯିବ । ସେହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ । ଜିଲ୍ଲାର ସମସ୍ତଙ୍କ ଘର ଉପରେ ବିନା ଦେୟରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଯେଭଳି ଜାତୀୟ ପତାକା ଉଡ଼ିବ , ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହି ୫୦ ହଜାର ଜାତୀୟ ପତାକା ଜିଲ୍ଲାର ରାୟଗଡ଼ ବ୍ଲକର ରାୟଗଡ଼ ଏବଂ ଜିରାଙ୍ଗ ସ୍ଥିତ ମିଶନ ଶକ୍ତି ଅଧୀନରେ ଥିବା ୨ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ତିଆରି କରାଯାଇଛି । ଏହା ଆଜି ଜିଲ୍ଲାର ସମସ୍ତ ବିଡ଼ିଓ , ଏନଏସି ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ବଣ୍ଟନ କରିଥିଲେ ।
ମୁଖ୍ୟତଃ ଗୋଷାଣୀ ବିଡ଼ିଓଙ୍କୁ ୫ହଜାର , ରାୟଗଡ଼ ବିଡ଼ିଓଙ୍କୁ ୫ ହଜାର , ନୂଆଗଡ ବିଡ଼ିଓଙ୍କୁ ୫ ହଜାର , ରା ଉଦୟଗିରି ବିଡ଼ିଓଙ୍କୁ ୫ ହଜାର , ମୋହନା ବିଡ଼ିଓଙ୍କୁ ୧୦ ହଜାର , ଗୁମ୍ମା ବିଡ଼ିଓଙ୍କୁ ୫ ହଜାର , କାଶୀନଗର ବିଡ଼ିଓଙ୍କୁ ୫ ହଜାର , କାଶୀନଗର ଏନଏସି ନିର୍ବାହୀ ଅଧିକାରୀଙ୍କୁ ୩ ହଜାର ଏବଂ ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ୭ ହଜାର ଜାତୀୟ ପତାକା ବଣ୍ଟନ କରା ଯାଇଥିଲା । ସେମାନେ ସେମାନଙ୍କ ଅଞ୍ଚଳର ଘର ମାନଙ୍କୁ ଦେଇ ସେମାନଙ୍କ ଦ୍ୱାରା ଘର ଉପରେ ଏହା ଉଡ଼ାଇବା ପାଇଁ ବଣ୍ଟନ କରାଯିବ ଏବଂ ଏହି ହର ଘର ତ୍ରିରଙ୍ଗା ର ଉଦ୍ଦେଶ୍ୟ , ମୂଲ୍ୟବୋଧ ଓ ସମ୍ମାନ କୁ ବଜାୟ ରଖିବା ସହ ଦେଶ ପ୍ରେମୀ ଜାଗ୍ରତ କରାଇବା ପାଇଁ ପ୍ରେରଣା ଦେବ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଡ଼ିଆଇପିଆରଓ: ଅର୍ଚ୍ଚନା ମଙ୍ଗରାଜ , ସମସ୍ତ ବିଡ଼ିଓ , ଏନଏସି ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ଏବଂ ଜାତୀୟ ପତାକା ତିଆରି କରିଥିବା ରାୟଗଡ଼ ଓ ଜିରାଙ୍ଗ ଗ୍ରାମର ଏସଏଚଜି ର ସମସ୍ତ ମାଆ ମାନେ ଉପସ୍ଥିତ ଥିଲେ। ।
ସମସ୍ତ କାର୍ଯ୍ୟକ୍ରମକୁ ଭାରାପ୍ରାପ୍ତ ଡ଼ିଆଇପିଆରଓ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଡିସିପିୟୁ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here