ଗଞ୍ଜାମ ବାର ଏସୋସିଏସନ ନିର୍ବାଚନ:ସଭାପତି ଭାବେ ମିନତୀ ରଥ ନିର୍ବାଚିତ

0
188

ଵ୍ରହ୍ମପୁର: ବ୍ରହ୍ମପୁର ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ସକାଳ ଆଠଟା ଠାରୁ ମତଦାଵ ଆରମ୍ଭ ହୋଇଥିଲା।ଏଥିପାଇଁ ଅତିରିକ୍ତ ୩୦ ଜଣ ନିର୍ବାଚନ ଅଧିକାରୀ ନିୟୋଜିତ ରହିଥିଲେ। ଆଇନଜୀବୀ ମାନେ ନିଜ ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ।ସକାଳୁ ସକାଳୁ ସଙ୍ଘ କାର୍ଯ୍ୟାଳୟ ଠାରେ ଆଇନଜୀବୀ ଙ୍କ ଭିଡ଼ ଲାଗି ରହିଥିଲା।ଅପରାହ୍ନ ୩ ପର୍ଯ୍ୟନ୍ତ ମତଦାନ ହୋଇଥିଲା।ଛଅଟି ବୁଥ୍ରରେ ମତଦାନ ହୋଇଥିଲା। ମୋଟ ୧୩୩୮ ଜଣ ଆଇନଜୀବୀ ନିଜ ମତ ସାବ୍ୟସ୍ତ କରିଥିଲେ।ସଭାପତି, ଉପସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।17 ଜଣ ପାର୍ଥି ମଧ୍ୟରେ ୪ଟି ପଦଵୀ ପାଇଁ ପ୍ରତିଦ୍ୱନ୍ଦୀତା ହୋଇଥିଲା।ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ୪ଟା ଠାରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସନ୍ଧ୍ୟାରେ ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ।ଚଳିତ ବର୍ଷ ପାଇଁ ସଭାପତି ଭାବେ ମିନତୀ ରଥ ସମ୍ପାଦକ ଭାବେ ଶିବ ନାରାୟଣ ସାହୁ ଉପସଭାପତି ଭାବେ ଏମ ଚନ୍ଦ୍ର ଶେଖର ଏବଂ ଯୁଗ୍ମ ସମ୍ପାଦକ ଭାବେ ତାପସ କୁମାର ସାହୁ ନିର୍ବାଚିତ ହୋଇଛନ୍ତି।ଫଳାଫଳ ଘୋଷଣା ପରେ ବିଜୟ ଉତ୍ସବ ମନେଇ ଥିଲେ ନିର୍ବାଚିତ ପ୍ରତିନିଧି ମାନେ।ପରସ୍ପରକୁ ଅଭିନନ୍ଦନ ଜଣାଇ ମିଠା ଖୁଆଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here