କାର୍ଯ୍ୟ ନିର୍ବାହୀ ଅଧିକାରୀକଂ ମନମୁଖୀ କାର୍ଯ୍ଯକୁ ନେଇ ଅସନ୍ତୋଷ, ଏନ୍ଏସି କାର୍ଯ୍ୟାଳୟରେ ତାଲା ପକାଇ କାଉନସିଲରକଂ ଧାରଣା

0
222

କୋଦଳା :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ପୁଣି ଅଶାନ୍ତି।ଉକ୍ତ ଏନଏସି କାର୍ଯ୍ୟାଳୟରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ଦାବିରେ ଆଜି ଏନ୍ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଏନଏସିର ୭ ଓ୍ବାର୍ଡ ସଦସ୍ୟ ।ସ୍ଥାନୀୟ କୋଦଳା ତହସିଲଦାର ସଶ୍ମିତା ଶତପଥୀ ଏହି ଏନଏସି ରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେଇଥିବା ବେଳେ ସେ ଏନଏସି ପାଇଁ ସଠିକ ସମୟ ଦେଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି କାଉନସିଲର। ଏହା ବ୍ୟତୀତ ଏନଏସି ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ କାଉନସିଲର ମାନଙ୍କୁ ସୂଚନା ଦିଆ ଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହେଉଛି। ଲୋକେ ଅଫିସ କୁ ବିଭିନ୍ନ କାର୍ଯ୍ୟ ପାଇଁ ଆସି ଆସି ନିରାଶ ହୋଇ ଫେରୁଛନ୍ତି। ସମାସ୍ୟାକୁ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କାଉନସିଲର ମାନେ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଉନଥିବା କହିଛନ୍ତି।ତେବେ ଯେ ପର୍ଯ୍ୟନ୍ତ ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଠାରେ ନିଯୁକ୍ତି ନ ଦିଆଯିବ ସେ ପର୍ଯ୍ୟନ୍ତ ତାଲା ପକାଇ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କୋଦଳା କାଉନସିଲର। ଅନ୍ୟପଟେ ଘଟଣା ସ୍ଥଳରେ କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପହଞ୍ଚି କାର୍ଯ୍ଯ ନିର୍ବାହୀ ଅଧିକାରୀକୁଂ ଫୋନ୍ କରି ଆସିବାକୁ କହିଥିଲେ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ନଥିଲେ ନିର୍ବାହୀ ଅଧିକାରୀ। ତେବେ ନିର୍ବାହୀ ଅଧିକାରୀଙ୍କ ଏଭଳି ଦାୟିତ୍ବହୀନତା ଓ ଅମାନବୀୟ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ଏନେଇ କାଉନସିଲର ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏ ଘଟଣା ଆଗକୁ କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here