ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

0
682

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆସନ୍ତା ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ୨୭ ଓ ୨୮ ଦୁଇ ଦିନ ଓଡ଼ିଶାରେ ରହିବା କାର୍ଯ୍ୟକ୍ରମ ରହିଛି । ୨୮ ତାରିଖ ସକାଳେ ଗୋପାଳପୁର ଯିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି। ଏହି ବୈଠକ ରେ ସ୍ପେଶାଲ ଡିଜି ସୁନୀଲ ରୟ, ଆଇଜି ଅପରେସନ, କୋଷ୍ଟଗାର୍ଡ ଏଡିଜି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ପୋଲିସ କମିଶନର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here