ମାଲକାନଗିରି ବଜାରରେ ମିଳିଛି ପ୍ଲାଷ୍ଟିକ୍ ଅଣ୍ଡା

0
709

ମାଲକାନଗିରି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ନେଇ ଚର୍ଚ୍ଚା। ଆଜି ହାଇଟେକ୍ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇବା ପରେ ତା ଭିତରେ ପ୍ଲାଷ୍ଟିକ ଆସ୍ତରଣ ଦେଖିବାକୁ ପାଇଥିଲେ ଓ ଅଣ୍ଡାର କେଶରକୁ ଉପରକୁ ଟେକିବା ଦ୍ୱାରା ଏହା ନଫାଟି ଉପରକୁ ଝୁଲି ରହୁଥିଲା । ଏହା ପରେ ସେ ସନ୍ଦେହ କରି ଅଣ୍ଡାରୁ ବାହାରିଥିବା ପ୍ଲାଷ୍ଟିକ୍ ଆବରଣକୁ ନିଆଁ ଲଗାଇବା ଦ୍ୱାରା ତାହା ପୋଡ଼ିବା ସହ ପ୍ଲାଷ୍ଟିକ୍ ଗନ୍ଧ ହେଇଥିଲା। ସାଧାରଣ ଅଣ୍ଡା ଲମ୍ୱାଳିଆ ଥିବାବେଳେ ଏହା ଗୋଲିଆ ଥିଲା ଓ ଏହାକୁ ଫଟାଇବାରୁ ସହଜରେ ଫାଟି ନ ଥିଲା

LEAVE A REPLY

Please enter your comment!
Please enter your name here