ତହସିଲ ସ୍ତରୀୟ ତୈଳିକ ସାହୁ ସମାଜ ର ୨୩ତମ ବାର୍ଷିକ ସମ୍ମିଳନୀ

0
210

ଉମରକୋଟ:ଉମରକୋଟ ତୈଳିକସାହୁ ସମାଜ ପକ୍ଷରୁ ୨୩ତମ ବାର୍ଷିକ ସମ୍ମିଳନୀ ଉମରକୋଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସାହୁସମାଜ ର ମହାସଭା ବୈଠକରେ ଛତିଶଗଡ଼ ରାଜ୍ୟର ବସ୍ତର ଅଞ୍ଚଳ ର ସାହୁ ସମାଜ ଓଡ଼ିଶାର ନବରଙ୍ଗପୁର ଜୟପୁର ଉମରକୋଟ ଡାବୁଗାଁ ଝରିଗାଁ ଚନ୍ଦାହାଣ୍ଡି ରାଇଘର ଅଞ୍ଚଳ ର ସାହୁ ସମାଜ ର ମହିଳା ଓ ପୁରୁଷ ମାନେ ଯୋଗଦେଇଥିଲେ। ଉମରକୋଟ ଡିଏନକେ ରାଧାକୃଷ୍ଣ ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ । ପରେ ସନ୍ଧ୍ୟା ରେ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ଅଭିଭାଷଣ କରାଯାଇଥିଲା ଏହି ମହାସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଭାବେ ଉମରକୋଟ ତୈଳିକ ସାହୁ ସମାଜ ର ସଭାପତି ଶ୍ରୀ ଚିତାନନ୍ଦ ସାହୁ ମୁଖ୍ୟ ବକ୍ତା ଭାବେ ଛତିଶଗଡ଼ ରାଜ୍ୟର ନଗରୀ ଅଞ୍ଚଳ ର ଶ୍ରୀ ଅଙ୍ଗଦ ଲାଲ ବନପେଲା ସମ୍ମାନିତ ଅତିଥି ଭାବେ ହିରାଲାଲା ସାହୁ ସମ୍ମାନୀତ ଅତିଥି ଭାବେ ଛତିଶଗଡ଼ ରାଜ୍ୟର ନଗରୀ ର ସାହୁ ସମାଜ ସଭାପତି ପୁନିତରାମ ସାହୁ ବସ୍ତର ଅଞ୍ଚଳ ର ସାହୁ ସମାଜ ଜିଲ୍ଲା ସଭାପତି ହରିଲାଲା ସାହୁ ବସ୍ତର ସାହୁ ସମାଜ କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଗେଶ୍ଵର ସାହୁ ବସ୍ତର ର ସାହୁ ସମାଜ ମହିଳା ଜିଲ୍ଲା ସଭାପତି ଲିମ କୁମାରୀ ସାହୁ ଚନ୍ଦାହାଣ୍ଡି ଗମ୍ଭାରୀ ଗୁଡା ସାହୁ ସମାଜ ସଭାପତି ଝୁମକଲାଲ ସାହୁ ଚନ୍ଦାହାଣ୍ଡି ଗମ୍ଭାରୀ ଗୁଡା ଶିକ୍ଷକ ସୁବାସ ସାହୁ ଯୋଗଦେଇ ସମାଜ ର ଉନ୍ନତି ବିକାଶ ଉପରେ ଆଲୋକପାତ କରିଥିଲେ ପରେ ସମାଜପକ୍ଷରୁ ସମାଜିକଭବନ ନିର୍ମାଣ ପାଇଁ ସାଂସଦ ଙ୍କୁ ଦାବି କରାଯାଇଥିଲା ପରେ ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝି ଉମରକୋଟ ସାହୁ ସମାଜ କୁ ସାମାଜିକ ଭବନ ପାଇଁ ଯାହା ଅନୁଦାନ ରାଶି ଲାଗିବ ସାହାଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ସମାଜର ସମସ୍ୟା ଏବଂ ସମାଧାନ ସୁବିଧା ଅସୁବିଧା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା ଏହି ସଭାରେ ତ୍ରିଲୋକସାହୁ ଓ ହିରାଲାଲ ସାହୁ ଏବଂ ତେଜଲାଲ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏହି ତୈଳିକସାହୁ ସମାଜ ର ମହାସଭା ରେ ଉମରକୋଟ ସାହୁ ସମାଜ ପରିଚାଳନା କରିଥିବା ବେଳେ ଶେଷରେ କୃପାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ହେମକୁମାର ସାହୁ କିଶୋର ସାହୁ ମାର୍କଣ୍ଡ ସାହୁ ଦିବାକର ସାହୁ ମାନସ ସାହୁ ପ୍ରମୋଦ ସାହୁ ଯୁଗଳ କିଶୋର ସାହୁ ମୋହନ ସାହୁ ପ୍ରଦୀପ କୁମାର ମହାପାତ୍ର ନରସିଂ ସାହୁ ବାବନ ସାହୁ ସଂଜୀବ ସାହୁ ଆଶୋକ ସାହୁ ଓ ଅନ୍ୟସମାଜ ପ୍ରେମୀ ସହଯୋଗ କରିଥିଲେ।।

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here