ନକଲି ମିନିଟ୍ରକ ଆସୋସିଏସନ୍ ପ୍ରତି ସାବଧାନ

0
247

ଭୁବନେଶ୍ୱର: ରାଜ୍ୟରେ ସାଧାରଣ ଦ୍ରବ୍ୟ ପରିବହନ କ୍ଷେତ୍ରରେ ମିନିଟ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଦୃଷ୍ଟିରୁ ଓଡିଶାରେ ବହୁ ମାତ୍ରାରେ ମିନିଟ୍ରକ ଚଳାଚଳ କରିଥାଏ । ପରିବହାନ କ୍ଷେତ୍ରରେ ଅନ୍ୟ ଯାନବାହାନ ତୁଳନାରେ ମିନିଟ୍ରକ ସଂଖ୍ୟା ବହୁ ଅଧିକ । ଯାତାୟାତ, ଲୋଡ ଅଲୋଡରେ ବିଭିନ୍ନ ପ୍ରକାର ସମସ୍ୟା ଓ ସୁରୁଖୁରୁରେ ଚଳାଚଳ କରିବା ପାଇଁ ଓଡିଶାର ପ୍ରତେକ ଜିଲ୍ଲରେ ମିନିଟ୍ରକ ଆସୋସିଏସନ ଗଢି ଉଠିଛି । ପ୍ରାୟତଃ ସମସ୍ତ ଆସୋସିଏସନ ଓଡିଶା ସରକାରଙ୍କ ଆଇନ ଅନୁସାରେ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେନାମି ପଞ୍ଜିକରଣ ନାମରେ ମାଲିକ ମାନଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ଖାଲି ସେତିକି ନୁହେଁ ହଜାର ହଜାର ସ୍କୋୟାର ଫୁଟର ଦାମୀ ସରକାରୀ ଜାଗା ଅକ୍ତିଆର କରି ବେପାର ଚଳାଇଛନ୍ତି । ଅଜି ମଶ୍ୱେର ଶିଳ୍ପାଳ ଠାରେ ଅଲ ଓଡିଶା ମିନି ଟ୍ରକ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ଅଲ ଓଡିଶା ମିନି ଟ୍ରକ ଓନର୍ସ ଅସୋସିଏସନର କର୍ମର୍କାମାନେ । ସେମାନେ କହିଛନ୍ତି ମଶ୍ୱେର ଶିଳ୍ପାଳ ଠାରେ ବିଭିନ୍ନ ଆସୋସିଏସନର ବେନାମୀ ପଞ୍ଜିକରଣ ଦେଖାଇ କିଛି ଅସାଧୁ ବ୍ୟକ୍ତି ମାଲିକ ମାନଙ୍କ ଠାରୁ ଟଙ୍କା ଆଦାୟ କରିବା ସହିତ ସରକାରୀ ଜାଗାରେ ଘରକରି ଭଡା ଆଦାୟ କରୁଛନ୍ତି । ଆମେ ସେମାନଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ମାନ୍ୟବର ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହୋଇଛୁ । ତେଣୁ ସମସ୍ତ ମାଲିକ ଓ ଆସୋସିଏସନ ମାନଙ୍କୁ ଅନୁରୋଧ ସେମାନେ ନକଲି ଆସୋସିଏସନ ପ୍ରତି ସାବଧାନ ରୁହନ୍ତୁ । ଅଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଲ ଓଡିଶା ମିନିଟ୍ରକ ଆସୋସିଏସନର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା ଓ ବାସନ୍ତି ଦୁର୍ଗା ମିନିଟ୍ରକ ଅସୋସିଏସନର ସଭାପତି ତ୍ରିଲୋଚନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here