ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପନ

0
217

ଛତ୍ରପୁର: ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲାରେ କୌଣସି ବି ଶିଶୁ ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନ ହୁଏ ସେ ଦିଗରେ ସମସ୍ତ ପଦାଧିକାରୀଙ୍କୁ ଧ୍ୟାନ ଦେବା ସହ ଶିଶୁ ମାନଙ୍କ ନିମନ୍ତେ ରହିଥିବା ସମସ୍ତ ଆଇନଗତ ବ୍ୟବସ୍ଥା ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ନେଇ କାର୍ଯ୍ୟକରୁଥିବା ବିଭିନ୍ନ ବିଭାଗ ମାନ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ମିଶନ୍ ବାତ୍ସଲ୍ୟ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏକ ମଡେଲ୍ ଶିଶୁ ସୁରକ୍ଷା ଖସଡା କୁ ପରାମର୍ଶ ଦାତା ଅଜୟ କୁମାର ତ୍ରିପାଠୀ ଉପସ୍ଥାପନ କରିଥିଲେ । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପାଇଁ ପରିବାରର ଆବଶ୍ୟକତା ରହିଅଛି । ସେ ଦିଗରେ ଜିଲ୍ଲାରେ ଦିଆ ଯାଉଥିବା ପ୍ରତିପାଳନ ଯତ୍ନ, ପୃଷ୍ଟ ପୋଷକତା, ଆର୍ଥିକ ସହାୟତା, ପରବର୍ତ୍ତି ଯତ୍ନ, ରକ୍ତଗତ ସମ୍ପର୍କିତ ଯତ୍ନ, ପୋଷ୍ୟ ସନ୍ତାନ ଓ ଆନୁଷ୍ଠାନିକ ଯତ୍ନ ବିଷୟରେ ଉପସ୍ଥାପନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ. କୀର୍ତି ଭାସନ ଭି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଶିଶୁ ସୁରକ୍ଷା ସଦସ୍ୟା ସା.ଏଚ୍. ଜ୍ଯୋତି କୁମାରୀ, ଜେଜେବି ସଦସ୍ୟ ବିଭୁ ପ୍ରସାଦ ସାମନ୍ତ ରାୟ, ଅମୀୟ କୁମାର ତ୍ରିପାଠୀ, ଅଳକା ମିଶ୍ର, ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ, ସୁଜିତ କୁମାର ସାହୁ, ଶିବ ପ୍ରସାଦ ରଥ, ସି. ଆର୍. ଏସ୍.ର ସଂଯୋଜକ ମନୋରଞ୍ଜନ ଦାଶ, ଅରୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆଇ.ଏସ୍.ଆର୍.ଡି., ଓ୍ବା.ଏସ୍.ଡି., ଲିପିକା, ଜି.ପି.ଏସ୍.ଏସ୍., କାର୍ଡ, ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ମାନେ, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here