ଗଞ୍ଜାମରେ ପୁଣି ଲଜ୍ଜା: ପ୍ରଥମ ପତ୍ନୀଙ୍କ ନାବାଳିକା ତଥା ମୁକ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ।

0
1016

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା। ନିଜେ ଜନ୍ମ କରିଥିବା ନାବାଳିକା ତଥା ମୁକ କନ୍ୟାକୁ ଦୁଷ୍କର୍ମ କରିଛି ଜଣେ ବାପା। ଏଭଳି ଗୁରୁତର ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରୁ। ଗ୍ରାମର ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ,ଦ୍ଵିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଔରସରୁ ଜନ୍ମିତ ନାବାଳିକା କନ୍ୟା ଜଣକ ମୁକ । ନିଜ ନାବାଳିକା ତଥା ମୁକ କନ୍ୟାକୁ ନିଜେ ବାପା ଗୋବିନ୍ଦ ମାତାଲ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅବଗତ ହେବା ସହ ନିଜେ ପିଡିତା ନାବାଳିକା ଠାରଠୁରି କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
ପରେ ଏନେଇ ଖଲ୍ଲିକୋଟ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା ପୋଲିସ ଅଭିଯୁକ୍ତ କାମାନ୍ଧ ବାପାକୁ ଗିରଫ କରିବା ସହ ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମଇନା କରି ତଦନ୍ତ ଜାରି ରଖିଛି। ତେବେ ଗିରଫ ଅଭିଯୁକ୍ତ ବାପା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here