ଫିଲିମ୍ ଷ୍ଟାଇଲରେ ଅପହରଣ

0
348

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ପଞ୍ଚାନନ ପାତ୍ର ଗଳିରେ ଫିଲିମ୍ ଷ୍ଟାଇଲରେ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ଏକ ଅଟୋରେ ଉଠାଇ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡିଛି। ଏପ୍ରିଲ ୨୧ ତାରିଖ ଦିନ ବୁଗୁଡା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର +୨ ଶ୍ରେଣୀ ରେ ପାଠ ପଢ଼ୁଥିବା ଜଣେ ଝିଅ ପାଠ ବୁଝିବା ପାଇଁ ବୁଗୁଡ଼ାର ଜଣେ ସାରଙ୍କ ନିକଟକୁ ଯାଉଥିବା ବେଳେ ଏକ ଅଟୋରେ ଜଣେ ବୟସ୍କ ମହିଳା, ତାକରଡ଼ା ଗ୍ରାମର ଟିଟୁ ସେଠୀ, ଭାରତୀ ସେଠୀ ଆସି ସେହି ନାବାଳିକାକୁ ଉଠାଇ ବାଲିପଦର ନିକଟକୁ ନେଇଥିଲେ। ସେଠାରେ ବାଇକ ଧରି ଅପେକ୍ଷା କରିଥିବା ଜଣେ ବ୍ୟକ୍ତି ସହ ତାକରଡ଼ା ଗ୍ରାମର ଦୁଇ ସନ୍ତାନର ପିତା ବିବାହିତ ଯୁବକ ଟିଟୁ ସେଠୀ ସେହି ନାବାଳିକାକୁ ଧରି ଫେରାର ହୋଇଥିବା ଜଣାପଡିଛି। ଏନେଇ ନାବାଳିକା ଝିଅର ବାପା ଥାନାରେ ଏତଲା ଦେବାପରେ ୧୮୭/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ସବ-ଇନ୍ସପେକ୍ଟର ତନୁଶ୍ରୀ ସାହୁ ଅନୁସନ୍ଧାନ କରି ନାବାଳିକାକୁ ଉଠାଇ ନେବାରେ ସହଯୋଗ କରିଥିବା ଅଭିଯୋଗରେ ତାକରଡ଼ା ଗ୍ରାମର ଭାରତୀ ସେଠୀ ଓ ସୁବୁଦ୍ଧି ପଲ୍ଲୀ ଗ୍ରାମର ଅଟୋ ଚାଳକ ପୂର୍ଣ୍ଣ ସେଠୀଙ୍କୁ ଅଟକ ରଖିଥିବା ବେଳେ ଅନୁସନ୍ଧାନ ଜାରି ରଖିଛନ୍ତି। ସହଯୋଗ କରି ଫେରାର ଥିବା ଅନ୍ୟଜଣେ ବୟସ୍କ ମହିଳା ଓ ଟୁଟୁ ସେଠୀକୁ ଗିରଫ କରବା ପାଇଁ ପୋଲିସ ଜାଲ ବିଛାଇଥିବା ବେଳେ ଖୁବ ଶୀଘ୍ର ନାବାଳିକାଙ୍କୁ ଉଦ୍ଧାର କରବା ପାଇଁ ଚେଷ୍ଟା ଚାଲିଥିବା ଜଣାପଡ଼ିଛି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here