ଭାବିନିପୁର ପଞ୍ଚାୟତ ଓ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
250

ଵ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଭାବିନିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ପ୍ରତିନିଧି ଓ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ମିଳିତ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବନପାଳ ବାବୁ ସେଠୀ, ସରପଞ୍ଚ ରଞ୍ଜିତ ସାହୁ ଏବଂ ସମିତିସଭ୍ୟ ଦୁର୍ଯ୍ୟୋଧନ ରାଉଳ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ଏବଂ ଏହାପରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଆଶା କର୍ମୀ ଅଙ୍ଗନବାଡି କର୍ମି, ସ୍ୱୟଂ ସହାୟିକା ଗୋଷ୍ଟୀର ମହିଳା ମାନଙ୍କୁ ବୃକ୍ଷ ରୋପଣ ପାଇଁ ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଅତିଥିମାନେ କହିଥିଲେ । ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ଯେଉଁଭଳି ଭାବେ ବିଭିନ୍ନ ଦୂର୍ବିପାକ ହେଉ କିମ୍ବା ବନ୍ୟା ଏହି ସବୁ ବୃକ୍ଷର ମାତ୍ରା ହ୍ରାସ ହେବା ଦ୍ୱାରା ହେଉଛି । ଗଛ ଟିଏ ଲଗାଇବା ବଡ କଥା ନୁହ ତାହାର ଯତ୍ନ ନେବା ମୁଖ୍ୟ ଏବଂ ଏଥିରେ ସ୍ଥାନୀୟ ଜନସାଧାରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ବନାଞ୍ଚଳ ଅଧିକାରୀ କହିଥିଲେ । ସେହିପରି ଏହି ପଞ୍ଚାୟତକୁ ଗ୍ରୀନ ଏବଂ କ୍ଲିନ ପଞ୍ଚାୟତ ଭାବେ ଗଢି ତୋଲିବାର ଲକ୍ଷ୍ୟ ଦେଖିଥିବା ବେଳେ ବନ ବିଭାଗ ଓ ପଞ୍ଚାୟତବାସୀଙ୍କ ସହଯୋଗ ଦ୍ୱାରା ଏହା ହୋଇ ପାରିବ ବୋଲି ସରପଞ୍ଚ କହିଛନ୍ତି । ଭାଗ୍ୟପ୍ରଭା ନ୍ୟୁଜର ଜିଲ୍ଲା ପ୍ରତିନିଧି ସ୍ୱାଧିନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହି ଅଧିକାରୀ ନିରଞ୍ଚନ ଖାଡଙ୍ଗା, ସଂଗ୍ରାମ ଆଚାର୍ଯ୍ୟ, ଆଦିତ୍ୟ ପଟ୍ଟନାୟକ, କୈଳାସ ଶତପଥି, ବିଶ୍ୱନାଥ ସାହୁ, ଶଙ୍କର ବେହେରା, ଲୋକନାଥ ଦାଶ, ଉମା ଶଙ୍କର ମିଶ୍ର, ଦେବେନ୍ଦ୍ର ବାଡତ୍ୟା, ଗୋରୀ ଶଙ୍କର ମିଶ୍ର ପ୍ରମୁଖ ସହାୟତା କରିଥିଲେ । ପଞ୍ଚାୟତର ନାଏବ ସରପଞ୍ଚ ଶିବାନିପାତ୍ରଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଜନ ସାଧାରଣ ଉପସ୍ଥିତ ରହି ଗଛ ଲଗାଇବା ସହ ତାହାର ଯତ୍ନ ନେବେ ବୋଲି ଶପଥ କରିଥିଲେ ।
ରିପୋର୍ଟ:

LEAVE A REPLY

Please enter your comment!
Please enter your name here