ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ , ପୋଲିସର ତଦନ୍ତ ଜାରି

0
176

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚିକିଟି ମୁଖ୍ୟ ରାସ୍ତା କଇଠଡା ଗ୍ରାମ ନିକଟରେ ଏକ ନାଳରୁ ରବିବାର ସକାଳୁ ଦିଗପହଣ୍ଡି ଥାନା ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ କଇଠଡା ରୋଡ ସାହିର ବାବୁଲା ରେଡ୍ଡୀ ବୋଲି ପ୍ରାଥମିକ ଆକଳନରୁ ପୋଲିସ ସୂଚନା ଦେଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ଜନିତ ହୋଇଥାଏ ବୋଲି ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଖବରପ୍ରକାରେ , ଆଜି ସକାଳୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨୦୦ ମିଟର ଦୂରରେ ରହିଥିବା ଉକ୍ତ ନାଳରେ ବାବୁଲାଙ୍କ ମୃତଦେହ ପଡି ରହିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଥିବା ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷକ୍ତାତ ଚିହ୍ନ ଦେଖିବାକୁ ପାଇଛି ପୋଲିସ । ମୃତକ ଜଣକ ରାତି ୩ ଟାରୁ ଘରୁ ବାହାରି ଯାଇଥିବା ବେଳେ ସକାଳୁ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଥିବା ପରିବାର ଲୋକେ ପୋଲିସ ନିକଟରେ ବୟାନ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ନଂ ୩/୨୩ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଦିଆଯାଇଥିବା ଜଣାପଡିଛି । ଅପରପକ୍ଷରେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କୀରଣ ବେହେରା

LEAVE A REPLY

Please enter your comment!
Please enter your name here