ପଞ୍ଚାୟତ ସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ପାଳିତ

0
265

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ସୋମବାର ଅପରାହ୍ନ ୧୧ଟା ସମୟରେ ସଭା ଗୃହରେ କୋଭିଡ୍ କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଅଛି । ଏହି ଜାତୀୟ ଭୋଟର ଦିବସରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଯୋଗଦେଇ ଆମ ଭାରତ ବର୍ଷର ଗଣତନ୍ମ ଓ ପରମ୍ପରା ଉଚ୍ଚକୋଟୀର ଓ ଭାରତ ବର୍ଷ ସବୁଠାରୁ ବୃହତ ଗଣତନ୍ତ୍ର ଉତ୍ସବର ସମ୍ବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ମତବ୍ୟକ୍ତ କରିଥିବା ବେଳେ ସମ୍ମାନିତ ଅତିଥୀ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍. ଗିରିଧର ରଓ, ଜିପିଓ କାହ୍ନୁଚରଣ ବେହେରା, ବିପିଏମ ଦୟାନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖୁ ନିର୍ଭିକ ହୋଇ ଜାତି,ଧର୍ମ,ବର୍ଣ୍ଣ , ଗୋଷ୍ଠୀ,ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିଜ ମତାଧୁକାରର ପ୍ରୟୋଗ କରିବା ଏବଂ ବିଏଲ୍ଓ ଏବଂ ସୁପ୍ରଭାଇଜର୍ ମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିଥିଲେ।ସେହିପରି ନୂଆ ଭୋଟର ପରିଚୟ ପତ୍ର ପାଇଥିବା ଯୁବକ ମାନଙ୍କୁ ମଧ୍ୟ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here