ଦେଶୀ ମଦ ଜବତ, ୪ଗିରଫ

0
667

ଦାରିଙ୍ଗବାଡ଼ି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୁରୁବାର ଦିନ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୨ ଲିଟର ଚୋରା ଦେଶୀ ମଦ ଜବତ ସହ ୪ ଜଣକୁ ଗିରଫ କରାଯାଇଛି । ଥାନା ଅଧିକାରୀ କୌଶିକ ମାଝିଙ୍କ ସୂଚନା ଅନୁଯାୟୀହି ଗିରଫ ଅଭିଯୁକ୍ତମାନେ ହେଲେ ଶିବରାମ ସାହୁ, ଦୀନବନ୍ଧୁ ସାହୁ, ସନ୍ୟାସୀ ସାହୁ ଏବଂ ଅଜିତ ସାହୁ । ଥାନା ଅଧିକାରୀ ମାଝିଙ୍କ ନେତୃତ୍ୱରେ ଉପ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର, ଅନିଲ କୁମାର ଦେବତା ଏବଂ ସୌମ୍ୟରଞ୍ଜନ ଜେନା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here