ବହୁପରିମାଣ ଚୋରି ସାମଗ୍ରୀ ସହ ଦୁଇ ଡକାୟତ ଗିରଫ

0
354

କବିସୂର୍ଯ୍ୟନଗର(ନିଲୁ ବିଶୋଇ) କବିସୂର୍ଯ୍ୟନଗର ପୋଲିସ କୁ ମିଳିଛି ବଡଧରଣର ସଫଳତା । ଦୁଇ ଜଣ ଡକାୟତ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି କବିସୂର୍ଯ୍ୟନଗର ପୋଲିସ। ମିଳିଥିବା ସୂଚନା ମୁତାବକ ଗତ ୨୫ ତାରିଖରେ କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାରେ ଥିବା ବନଦେବୀ ଫୋଟଷ୍ଟୁଡ଼ିଓ ର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଗୋଟିଏ କ୍ୟାମେରା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦୋକାନୀ ମାଲିକ ବାଉରୀ ବନ୍ଧୁ ସ୍ଵାଇଁ। ଲିଖିତ ଅଭିଯୋଗ ପ୍ରକାରେ କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇଥିଲା। ଚଢ଼ାଉ ସମୟରେ କବିସୂର୍ଯ୍ୟନଗର ନଈ ସାହି ର କୃଷ୍ଣଚନ୍ଦ୍ର ଦାସ(ଲଣ୍ଡା)ଓ ତାର ଜଣେ ସହଯୋଗୀ ନାବାଳିକ କୁ କବିସୂର୍ଯ୍ୟନଗର ପୋଲିସ ଗିରଫ କରି ପଚାର ଉଚାର କରିବା ପରେ ଆଳୁ ଖୋଲୁ ଖୋଲୁ ମହାଦେବ ବାହାରିବା ପରି କୃଷ୍ଣଚନ୍ଦ୍ର ଦାସ ଠାରୁ ଆହୁରି ଅନେକ ସାମଗ୍ରୀ ଉଦ୍ଧାର କରିଥିଲା କବିସୂର୍ଯ୍ୟନଗର ପୋଲିସ।ଉଦ୍ଧାର ହୋଇ ଥିବା ସାମଗ୍ରୀ ଗୁଡ଼ିକ ହେଲା ୨୪ ଟି ସେଲ ଫୋନ,୫ଟି ବେଟେରୀ, ଗୋଟିଏ ଗ୍ୟାସ ସିଲିଣ୍ଡର, ଗୋଟିଏ ସମର ସ୍ଲାମ ମଟର,ଗୋଟିଏ ଗ୍ରାଇଣ୍ଡର ମସିନ,ଗୋଟିଏ କେମେରା,ଗୋଟିଏ କମ୍ପୁଟର ସିପିୟୁ ଜବତ କରିଥିବା ବେଳେ ଲଣ୍ଡା ର ନାମରେ ଆଘରୁ କବିସୂର୍ଯ୍ୟନଗର ଥାନାରେ ଚୋରି ଡକାୟତ ମାମଲା ରହିଥିବା ବେଳେ କେସ ୧୯୬/୨୦ ରେ ଦଫା ୪୫୭/୩୮୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here