ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟରେ ଯୋଗଦେବେ ୫ ଶିକ୍ଷାନବୀଶ ଆଇଏଏସ୍ ଅଫିସର

0
719

ଭୁବନେଶ୍ୱର:ପୁରୀକୁ ଐତିହ୍ୟ ନଗରୀଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ପୁରୀ ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଜଣ ଶିକ୍ଷାନବୀଶ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ ପ୍ରକଳ୍ପ ଦାୟିତ୍ୱରେ ରହିବେ |

ଏହି ଶିକ୍ଷାନବୀଶ ଆଇଏଏସ୍ ଅଫିସରସେମାନେହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଡ ଶୁଭଙ୍କର ମହାପାତ୍ର, ଜେ ସୋନାଲ, ଭୁବନେଶ ଦେବଦାସ। ଏମାନେ ସମସ୍ତେ ୨୦୧୮ ବ୍ୟାଚ୍ର ଆଇଏଏସ୍ ଅଫିସର। ଏମାନେ ସମସ୍ତେ ଆଜି ପୁରୀରେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି ।ଏନେଇ ଶୁକ୍ରବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଓ ମୁଖ୍ୟମନ୍ତ୍ରୀଙ୍କ ୫- ଟି ସଚିବ ଭି.କେ. ପାଣ୍ଡିଆନ ସେମାନେଙ୍କୁ ତାଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ ଏବଂ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here