ବାଲିପଦର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

0
307

ବୁଗୁଡା: ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୦୨୨ ଶେଷ ବର୍ଷ +୩ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅନ୍ତରପଡା ମା’ଶାଙ୍କୁଳେଇ ପୀଠରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। +୩ ଛାତ୍ର ଆଲୋକ ବାଢେଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ, ଭଞ୍ଜ କିଶୋର ଗୌଡ, ନବଘନ ପ୍ରଧାନ, ଅଧ୍ଯାପିକା ମିନତୀ ଆଚାରି, ଭକ୍ତିଲତା ମହାପାତ୍ର, ଶଳିଲା ନାୟକ, ଏ ଶିବାନୀଦେବୀ ଆଚାରି ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ। ତିନି ବର୍ଷର ଶିକ୍ଷା ଶେଷ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅଧ୍ୟାପକ ଓ ଅଧ୍ଯାପିକା ମାନଙ୍କୁ ସମ୍ମାନ ପୂର୍ବକ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସହିତ ଉଭୟ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସ୍ମୃତିକୁ ନେଇ ଭାବର ଆଦାନ ପ୍ରଦାନ ହୋଇଥିଲା। ସମ୍ବର୍ଦ୍ଧନା ଉତ୍ସବରେ ସାଇ,ମିଲନ,କାହ୍ନୁ, କୃଷ୍ଣ, ବିକାଶ, ଲିକନ୍ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here