କର୍ପୋରେଟରଙ୍କ ଫେସବୁକ୍ ହ୍ୟାକ୍ : ନୂଆ ଆକାଉଣ୍ଟ ଖୋଲି ହ୍ୟାକର ମାଗୁଛି ଟଙ୍କା

0
337

ଭୁବନେଶ୍ବର : କିଛି ଦିନ ପୂର୍ବରୁ ଜଣେ ଆଇଏଏସ ଅଧିକାରୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଏବେ ହ୍ୟାକରଙ୍କ ଜାଲରେ ପଡିଛନ୍ତି ବିଏମସି ୱାର୍ଡ ନଂ ୧ର କର୍ପୋରେଟର ମିହିର କୁମାର ରାଉତ । ହ୍ୟାକର ତାଙ୍କ ନାଁରେ ନୂଆ ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଛି । ଏ ବିଷୟରେ ଜାଣିବା ପରେ ମିହିର ସାଇବର ସେଲରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମିହିରଙ୍କ କିଛି ସମ୍ପର୍କୀୟଙ୍କୁ ମେସେଜ୍ ଆସିଥିଲା। ସେଥିରେ ମୁଁ ହସ୍ପିଟାଲରେ ଅଛି ତୁରନ୍ତ ଫୋନ ପେ କିମ୍ବା ଗୁଗୁଲ ପେ’ରେ ଟଙ୍କା ପଠାଇବାକୁ ଠିକ ଅନୁରୋଧ କରିଥିଲା। କାହାକୁ ୧୦ ହଜାର ଟଙ୍କା ମାଗିଥିଲା ତ କାହାକୁ
୫୦୦୦ । ମିହିରଙ୍କ ଫଟୋ ଥିବାରୁ ସତ ହୋଇଥିବ ଭାବି ସମ୍ପର୍କୀୟମାନେ ଆକାଉଣ୍ଟ ଯାଞ୍ଚ କରିଥିଲେ । ହେଲେ ଜଣାପଡ଼ିଥିଲା ଏହା ନକଲି ଆକାଉଣ୍ଟ । ଏନେଇ ସେମାନେ ମିହିରଙ୍କୁ ଫୋନ୍ କରି ଜଣାଇଥିଲେ। ମିହିର ସବୁ ବନ୍ଧୁମାନଙ୍କୁ ଫୋନ କରି ଟଙ୍କା ନ ପଠାଇବାକୁ ସଚେତନ କରିଛନ୍ତି।

LEAVE A REPLY

Please enter your comment!
Please enter your name here