ଆଞ୍ଚଳିକ ଡିଗ୍ରୀ କଲେଜରେ ବନ ମହୋତ୍ସବ ପାଳିତ

0
212

ଭଞ୍ଜନଗର : ସ୍ଥାନୀୟ ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମୋ କଲେଜ ଅଭିଯାନ, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସ୍ବେଚ୍ଛାସେବୀ ଓ କର୍ମଚାରୀ ମାନଙ୍କୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବନ ବିଭାଗ ବନପାଳ ଈଶା ଗଣେଶ ଓ ତାଙ୍କ ସହକର୍ମୀ ବୃନ୍ଦ ବୃକ୍ଷ ରୋପଣ କ୍ଷେତ୍ରରେ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ଶାଗୁଆନ, ଓଉ, ଜାମ, ନିମ୍ବ, ବଉଳ, ଅଶୋକ, ବାଦାମ, ଅଳାଁ ଓ ପିଜୁଳି ଚାରା ରୋପଣ କରାଯାଇଥିଲା । ଜାତୀୟ ସେବା ଯୋଜନା ଅଧିକାରୀ ଡଃ ପ୍ରମୋଦ କୁମାର ଚୌଧୁରୀ, ବିରଞ୍ଚି ନାରାୟଣ ପ୍ରଧାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଡଃ ବିନୋଦ କୁମାର ଦାସ, ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଗ୍ରନ୍ଥାଗାରିକ ଶ୍ରୀ ରଘୁନାଥ ପାଣି, ଯୁବ ପରାମର୍ଶ ଦାତା ଡି.ଇ.ଓ ସରୋଜ କୁମାର ନାୟକ, ସ୍ବେଚ୍ଛାସେବୀ ଗୋପାଳ ନାୟକ, ଓ କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ ରୂପେ ପରିଚାଳନା କରିଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here