ନବୋଦୟ ପରୀକ୍ଷାରେ ସଫଳତା ହେତୁ ଛାତ୍ରଙ୍କୁ ପ୍ରଶଂସାର ସୁଅ

0
438

ବେଗୁନିଆପଡା : ଚଳିତ ବର୍ଷର ନବୋଦୟ ବିଦ୍ୟାଳୟ ପାଇଁ ଚୟନ ସକାଶେ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ଓମ ପ୍ରକାଶ ବିଶ୍ୱାଳ ଯୋଗ୍ୟ ବିବେଚିତ ହୋଇଛନ୍ତି । ନିଜର ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତିି ବଳରେ ଓମ ପ୍ରକାଶ ପାଇଛନ୍ତି ଏହି ସଫଳତା । ତାଙ୍କ ପିତାଙ୍କ ନାମ ସଞ୍ଜୟ ବିଶ୍ୱାଳ ଓ ମାତାଙ୍କ ନାମ ହରପ୍ରିୟା ବିଶ୍ୱାଳ । ଓମ ପ୍ରକାଶ ବି ନୂଆଁ ଗାଁ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ସେ ତାଙ୍କ ଅଜା ଅବସର ପ୍ରାପ୍ତ ଶିକ୍ଷକ ବିନାୟକ ସାହୁଙ୍କ ପାଖରେ ରହି ଭାଲ୍ୟାଝରରେ ପାଠ ପଡୁଥିଲେ । ତାଙ୍କ ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here