ବଡକୋଦଣ୍ଡାରେ ସାମାଜିକ ନାଟକ “ଗୀତା କୁ ଛୁଇଁଲେ ପାପ” ମଞ୍ଚସ୍ଥ

0
515

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସ୍ଥିତ ବଡକୋଦଣ୍ଡାରେ ଶ୍ରୀ ଶ୍ରୀ ପତିତପାବନ ନାଟ୍ୟ ସଂଘର କଳାକାରମାନଙ୍କୁ ନେଇ ଅନୁଷ୍ଠାନର ୩୫ତମ ସାମାଜିକ ନାଟକ “ଗୀତା କୁ ଛୁଇଁଲେ ପାପ” ପବିତ୍ର ବଡ ଏକାଦଶୀ ଅବସରରେ ମଞ୍ଚସ୍ଥ ହୋଇଯାଇଛି ା ନାଟକଟିକୁ ପ୍ରଦୀପ ବେହେରା ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥଲେ ଗଞ୍ଜାମ ଯାତ୍ର ଟାଇଗର ଟୁଟୁ ପାଢ଼ି ା ରଞ୍ଜିତ କୁମାର ସେଠୀ,ବୁଲୁ ସେଠୀ,ଚିରଞ୍ଜିବୀ ସାହୁ,ବଳରାମ ବେହେରା,ତ୍ରିନାଥ ବେହେରା,ବିଦ୍ୟାଧର ସାହୁ,ଅଭିମନ୍ୟୁ ସେଠୀ,ରଞ୍ଜନ କୁମାର ସେଠୀ,ରବିନ୍ଦ୍ର ନାୟକ,ବିଦୁ,ଜ୍ୟୋତି,ସବିତା,ରୋଜି,ସାନୁ,ବାବୁ,ଅଭି ବାଡତ୍ୟା,ସାନ ବାଡତ୍ୟା ପ୍ରମୁଖ କଳାକାରମାନେ ମଞ୍ଚରେ ନିଖୁଣ ଅଭିନୟ କରିଥିଲେ ା ଓମ୍ ଶ୍ରୀ ଚିତ୍ରାଳୟ ମଞ୍ଚ ସାଜ ସଜ୍ଜା କରିଥିବା ବେଳେ ମ୍ୟୁଜିକ ଦେଇଥିଲେ କଲ୍ୟାଣପୁରର କାହ୍ନା ମ୍ୟୁଜିକ ା ଭୁବନେଶ୍ବରର ବିନ୍ଦାସ ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ ା ନାଟକ କୁ ଉଦଘାଟନ କରିଥିଲେ ରମାକାନ୍ତ ମିଶ୍ର ା ମୁଖ୍ୟ ଅତିଥି ରୂପେ ଗ୍ରାମର ବରିଷ୍ଠ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ,ମୁଖ୍ୟ ବକ୍ତା ଜଗବନ୍ଧୁ ଜେନା ,ସମ୍ମାନିତ ଅତିଥି ରୂପେ ସନ୍ତୋଷ ଜେନା, ନେତାଜୀ ବିଷୋୟୀ,ପଣ୍ଡିତ ବିପ୍ର ଚରଣ ସାହୁ,ଅଭିମନ୍ୟୁ ବିଷୋୟୀ,ମଙ୍ଗୁଳୁ ପ୍ରଧାନ,ସୁଦାମ ଦଳବରା,କାଳୀ ଚରଣ ନାୟକ,ବିଜୟ ବିଷୋୟୀ,ଏ.ସିମାଞ୍ଚଳ ପାତ୍ର ଏନ୍.ଚିରଞ୍ଜିବୀ ଚୌଧୁରୀ,ରାମଚନ୍ଦ୍ର ସେଠୀ,ନାରାୟଣ ସେଠୀ,ଡକ୍ଟର ସୂର୍ଯ୍ୟ ରାଉତ,ଡକ୍ଟର ଦେବାଶିଷ୍ ନାୟକ,ରମେଶ ଚନ୍ଦ୍ର ବେହେରା,ସିମାଞ୍ଚଳ ମହାରଣା,ଅଜିତ କୁମାର ବିଷୋୟୀ,ସୀତାରାମ ବେହେରା,ମୋହନ ସାହୁ ପ୍ରମୁଖ ଯୋଗ ଦେଇ ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ ା ମଞ୍ଚ ପରିଚାଳନା କରିଥିଲେ ଅଧିକାରୀ ବି.ସତ୍ୟ ନାରାୟଣ ପାତ୍ର ା ଅନ୍ୟମାନଙ୍କ ମଧ୍ୟରେ ସଭାପତି ବି.ଲକ୍ଷ୍ମୀନାରାୟଣ ପାତ୍ର, ମୁଖ୍ୟ ପରିଚାଳକ ସୁରେନ୍ଦ୍ରନାଥ ସ୍ବାଇଁ,ଟ୍ରଷ୍ଟି ଏ.ଶ୍ୟାମ ସୁନ୍ଦର ପାତ୍ର,ପ୍ରଭାତ କୁମାର ପାତ୍ର,ଉଦ୍ୟୋକ୍ତା ଅରକ୍ଷିତ ଦାସ ,ମାର୍ଗଦର୍ଶକ ପ୍ରସନ୍ନ କୁମାର ସେଠୀ,ବରିଷ୍ଠ କଳାକାର ଲଡୁ କିଶୋର ସାହୁ,ଟହଲିଆ ପଞ୍ଚୁ ସ୍ବାଇଁ, କାଳିଆ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ା ଏହି ଅବସରରେ କଳାକାରମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ା

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here