ବିଶ୍ଵ ପରିବେଶ ଦିବସ ପାଳିତ

0
294

ଜଗନ୍ନାଥ ପ୍ରସାଦ (ନ୍ୟୁଜଏକ୍ସଟ୍ରା)- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ଓ ଉତ୍ତର ଘୁମୁସୁର ବନଖଣ୍ଡ, ଜଗନ୍ନାଥ ପ୍ରସାଦ ବନାଞ୍ଚଳର ମିଳିତ ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଯୁବ ରେଡ୍ କ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ବନପାଳ ଇଂ ଗଣେଶ, ସ୍ଵାତି ସହଯୋଗୀ ଅନୁଷ୍ଠାନର କାଜଲ ପଟ୍ଟନାୟକ, ଶଙ୍କର ପ୍ରଧାନ, କାଉନସିଲର ସରୋଜ କୁମାର ନାୟକ ଆଦି ଯୋଗ ଦେଇ କଲେଜ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ । ସ୍ଵେଚ୍ଛାସେବୀ ମାନେ କଲେଜ ପରିସରକୁ ସଫା ସୁତରା କରି ସୁନ୍ଦର କରିଥିଲେ । ପରେ ପରେ କୋଭିଡ-୧୯ ଗାଇଡ଼ଲାଇନ ମାନି ଏକ ସଭା ଅନୁଷ୍ଠିତ ହୋଇଥିଲା। ରେଡ୍ କ୍ରସ୍ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ବୃକ୍ଷର ମହତ୍ତ୍ଵ ଓ ପରିବେଶ ସହିତ ବୃକ୍ଷର ଅବଦାନ ସମ୍ପର୍କରେ ସ୍ଵେଚ୍ଛାସେବୀ ମାନଙ୍କୁ ବୁଝାଇ ଥିଲେ I ବନପାଳ ଇଂ ଗଣେଶ ବୃକ୍ଷ କିପରି ଆମର ପରମ ବନ୍ଧୁ ବୃକ୍ଷ ବିନା ମହାମାରୀ କିପରି ଆମକୁ ଗ୍ରାସ କରୁଛି ସେ ସମ୍ପର୍କରେ ଅବଗତ କରାଇବା ସହ ପ୍ରତେକ ମଣିଷ ତାର ଜନ୍ମ ଦିବସରେ ବୃକ୍ଷଟିଏ ଲଗାଇବା ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ବିଭୂତି ଭୂଷଣ ନାୟକ, ଚନ୍ଦନ ବିଶ୍ଵାଳ, ଗୋପାଲ ନାୟକ, ଅଶୋକ ବାରିକ, ଯୁଗୁନୁ ନାୟକ, ଚନ୍ଦନ ସେନାପତି,  ଜିତୁ ବାରିକ ଓ ଶତୃଘ୍ନ ବାରିକ ଯୋଗ ଦେଇଥିଲେ। ଶେଷରେ କାଉନ୍ସିଲର ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here