ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟାଙ୍କ କ୍ଷେତ୍ର ପରିଦର୍ଶନ

0
313

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ସୋରଡ଼ା ଓ ବଡଗଡ ବନାଞ୍ଚଳର ୫୦ ରୁ ଉର୍ଦ୍ଧ ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଓ ଗ୍ରାମ ବନ ସହାୟକ ଓ ସହାୟିକା ମାନେ ଓଡିଶା ବନାଞ୍ଚଳ ବପ୍ରକଳ୍ପ ପର୍ଯ୍ୟାୟ-୨ ରେ ସୋରଡା ବନାଞ୍ଚଳରେ କାର୍ଯ୍ୟକାରୀ ହୋଇଥିଲା । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ସହ ପ୍ରଶିକ୍ଷଣ ନେଇଥିଲେ । କାର୍ଯ୍ୟଗୁଡ଼ାକ ମଧ୍ୟରେ ଢେପାପଲି ବନ ସୁରକ୍ଷା ସମିତିର ବୃକ୍ଷରୋପଣ କାର୍ଯ୍ୟ, ଜଳ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟ, ସଣ୍ଡାବାଲି ବନ ସୁରକ୍ଷା ସମିତିର ଛତୁଚାଷ, କାଗଜ ଠୁଙ୍ଗା ପ୍ରସ୍ତୁତି ଓ ବନ ସୁରକ୍ଷା ସମିତି ସଭାଗୃହ ଇତ୍ୟାଦି ବୁଲି ଦେଖିବା ସହ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସମସ୍ତ ପ୍ରଶିକ୍ଷାର୍ଥୀ ଓ ବନାଞ୍ଚଳର କର୍ମୀମାନେ ସୋରଡା ବିଜ୍ଞାପିତ ଅଞ୍ଚଳ ଓ ବଜାରରେ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲକୁ ବନାଅଗ୍ନିରୁ ରକ୍ଷା କରିବା ରାଲି ଏବଂ ସଚେତନତା ରଥ ମାଧ୍ୟମରେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶୁଭକାନ୍ତ ମିଶ୍ର, ଶୋଭନ ପଟନାୟକ, ଅଂଶୁମାନ ଶତପଥୀ, ସମୀର କାନ୍ତ ପାଢ଼ୀ, କରୁଣାକର ବାରିକ, ସ୍ୱହା ଦାସ, ସଞ୍ଜିତ କୁମାର ମହାରଣା, ଲକ୍ଷ୍ମୀପ୍ରିୟା ବେହେରା, ଯସବନ୍ତ ମହାପାତ୍ର, ଲିପିକା ସ୍ବେଚ୍ଛାସେବୀ ସଂସ୍ଥାର ଭାଗ୍ୟରଥୀ ପ୍ରଧାନ, ମୁନମୁନ ମହାପାତ୍ର, ଉଚିତ କରାଡ, ବନପାଳ ପି. ସୁରଜ କୁମାର, ଭଗବାନ ବିଷୋୟୀ ପ୍ରମୁଖ ପରିଚାଳନାରେ ସାହଯ୍ୟ ସହଯୋଗ କରିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here