ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଲାଗି ଇଣ୍ଡିଆ ଟିମ୍ ଘୋଷଣା

0
680

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଅକ୍ଟୋବର ୨ରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ମ୍ୟାଚ୍ ର ଟେଷ୍ଟ ସିରିଜ୍ ଖେଳିବ। ଏଥିଲାଗି ପ୍ରଥମ ମ୍ୟାଚ୍ ଟି ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୦ ତାରିଖ ଦିନ ପୁଣେରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ମ୍ୟାଚ୍ ଟି ୧୯ ତାରିଖ ଦିନ ରାଞ୍ଚିରେ ଖେଳାଯିବ।
ବିରାଟ କୋହଲି (କ୍ୟାପ୍ଟେନ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରହାଣେ, ହନୁମା ବିହାରୀ, ଋଷଭ ପନ୍ଥ, ରିଦ୍ଧିମାନ ଶାହ, ଆର.ଅଶ୍ୱୀନ, ରବିନ୍ଦ୍ର ଜଡେଜା, କୁଲଦୀପ ଯାଦବ, ମହମ୍ମଦ ସମି, ଜଶପ୍ରୀତ ବୁମରାହ,ଇଶାନ୍ତ ଶର୍ମା ଓ ଶୁଭମନ ଗୀଲ ଖେଳିବେ।

LEAVE A REPLY

Please enter your comment!
Please enter your name here