ସାଂସଦ ଓ ବିଧାୟିକାଙ୍କ ବେଗୁନିଆପଡ଼ା ବ୍ଳକରେ ଆବାସ କାର୍ଯ୍ଯାଦେଶ ଓ ଭତ୍ତା ବଣ୍ଟନ l

0
722

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) :ସାଂସଦ ପ୍ରମିଳା ମଲ୍ଲିକ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗୁରୁବାର ଦିନ ବେଗୁନିଆପଡ଼ା ବ୍ଳକ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଓ ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଓ ରାଜ୍ଯ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ବେଗୁନିଆପଡ଼ା ବ୍ଳକର ଓ ଏଲ ଏମ କକ୍ଷରେ ଆୟୋଜିତ ଉତ୍ସବରେ ଯୋଗଦେଇ ଲୋକମାନଙ୍କୁ ଦିଆଯାଉଥିବା ସହାୟତାରେ କୌଣସି ପ୍ରକାର ଉତ୍କୋଚ ଦେବେ ନାହିଁ ଏବଂ ଠିକ ସମୟରେ ଗୃହ ନିର୍ମାଣ କରି ପୁଣି ପ୍ରୋତ୍ସାହନ ରାଶି ପାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୩୫ ଜଣ ଓ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ୮୫ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ଏଥି ସହିତ ମଧୁବାବୁ ପେନସନ ଯୋଜନାରେ ୪୫୪ଜଣ ହିତାଧିକାରୀଙ୍କୁ , ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୬୨ ଜଣ ହିତାଧିକାରୀ , ୨୨ ଟି ଦିବ୍ୟlଙ୍ଗ ଆତ୍ମ ସହାୟକ ଗୋଷ୍ଠୀ ମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଥିଲେ l ଏଥି ସହିତ ଦଶ ଜଣ ଦିବ୍ୟlଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ l ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା, ଉପାଧକ୍ଷ ଭ୍ରମର ଭୂୟାଁ, ବି. ଡି. ଓ ଅରୁଣ କୁମାର ମଲିକ, ଏ. ବି. ଡି. ଓ ପ୍ରଦୀପ କୁମାର ପଣ୍ଡା ପୂର୍ବତନ ଜୀଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ବିଜୟ କୁମାର ଦୋରା,ଧର୍ମଗଡ଼ ଏନ ଏ ସି ଅଧ୍ୟକ୍ଷl ହୀରା ବାଗ, ଜୀଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଜୀଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପସଭାପତି ବିଜୟ କୁମାର ନାୟକ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଭାଗୀୟ ଅଧିକାରୀ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here