ସୁମଣ୍ଡଳ ଠାରେ ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ, ମଥୁରା ଚାମ୍ପିଅନ

0
287

ବେଗୁନିଆପଡା : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ହାଇସ୍କୁଲ ପଡିଆ ଠାରେ ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଦୀପାବଳୀ ଉପଲକ୍ଷେ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶରତ ଚନ୍ଦ୍ର ପାଣ୍ଡି ଯୋଗ ଦେଇଥିଲେ |ଉକ୍ତ ଟୁର୍ନାମେଣ୍ଟରେ ଘରୋଇ ସୁମଣ୍ଡଳ ର ୨ଟି ଟିମ ସମେତ ବୁରୁଝରୀ, ତାଳସର, ମଥୁରା,କହ୍ନେଇପୁର,ମାନାପଲ୍ଲୀ,କୈରାଶି, ଆଦି ଦଳ ଭାଗ ନେଇଥିବା ବେଳେ ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଏହି ଟୁର୍ନାମେଣ୍ଟ ର ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଆଜିର ଉଦଯାପନୀ ମ୍ୟାଚ କୈରାଶି ଓ ମଥୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମଥୁରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୪ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଥିଲେ।ପରେ କୈରାଶି ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୫ ଉଇକେଟ ହରାଇ ୬୧ ରନ କରିବା ସହ ମଥୁରା ବିଜୟୀ ହୋଇଥିଲା। ଉଦଯାପନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ପାଣ୍ଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସନ୍ତୋଷ କୁମାର ସାହୁ,ବସନ୍ତ କୁମାର ବାରିକ, ସୁଶାନ୍ତ କୁମାର ପାଣ୍ଡି,ମହେନ୍ଦ୍ର କୁମାର ଗୌଡ଼,ଲକ୍ଷ୍ମଣ ପାଣ୍ଡି, ନରେନ୍ଦ୍ର କୁମାର ସାମଲ,,ଜୟଦେବ ବାରିକ, , ଶିବଶଙ୍କର ବାରିକ,ପ୍ରକାଶ ବାରିକ ପ୍ରମୁଖ ସମସ୍ତ ମ୍ୟାଚକୁ ଅଜିତ କୁମାର ପ୍ରଧାନ, କାର୍ତ୍ତିକ ଡାକୁଆ ସୁଶୀଲ କୁମାର ବିଶ୍ୱାଳ,ଅମର କୁମାର ବିଶ୍ୱାଳ,ଭାଗିରଥି ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲା ବେଳେ ଶିଶିର କାନ୍ତ ରାଉତ,ସୁଶୀଲ କୁମାର ବିଶ୍ୱାଳ, ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ , ଅଜିତ ପ୍ରଧାନ,ମିଥୁନ ପ୍ରଧାନ ପ୍ରମୁଖ ଙ୍କ ସମେତ ଘରୋଇ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here