ମଦ ପିଇ ରାସ୍ତାରେ ଗଡ଼ିଲେ ଶିକ୍ଷକ

0
787

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଦ ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ । ଦିନ ଦ୍ୱିପ୍ରହରେ ମଦ ପିଇ ନିଶାରେ ଟଳମଳ । ନିଶା ଏତେ ଜୋରରେ ଧରିଛି ଯେ ଶିକ୍ଷକ ଜଣଙ୍କ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ହେଉଛି ଗଞ୍ଜାମ ଅଞ୍ଚଳର । ଆଉ ଏହି ବ୍ୟକ୍ତି ଜଣକ ବୁଗୁଡା ବ୍ଲକ ଅନ୍ତର୍ଗତ ପିପୁଲସ ସ୍କୁଲରେ ଶିକ୍ଷକ ଅଛନ୍ତି । ଶିକ୍ଷକ ଜଣଙ୍କ ହେଉଛନ୍ତି କିର୍ତ୍ତିଚନ୍ଦ୍ର ଭୋଇ । ସ୍କୁଲ ୟୁନିଫର୍ମରେ ମଦ ପିଇ ବସଷ୍ଟାଣ୍ଡରେ ଗଡୁଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ଏଭଳି କାରନାମାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏହି ଭିଜୁଆଲ ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ଗଞ୍ଜାମ ଶିକ୍ଷା ଅଧିକାରୀ ଶ୍ରୀ ସନାତନ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଶିକ୍ଷକକୁ ଚାକିରିରୁ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here