ଯୋଗ ଦିବସରେ ହାତୀଓଟ ହାଇ ସ୍କୁଲରେ ବୃକ୍ଷ ରୋପଣ

0
314

ପୋଲସରା : ଜୁନ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଗ, ପ୍ରାଚୀନ ଭାରତୀୟମାନଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକରେ ଅନ୍ତର୍ଭୁକ୍ତ ଥିଲା। ଭାରତ ସରକାର ଯୋଗ କୁ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ମିଳିତ ଜାତିସଂଘ ରେ ଆବେଦନ କରିଥିଲେ। ୨୦୧୪ ଡିସେମ୍ବର ୧୧ ତାରିଖ ଦିନ ଜାତିସଂଘର ୬୯ ତମ ଅଧିବେଶନରେ ଜୁନ ୨୧ ତାରିଖ ଦିନ ବିଶ୍ୱ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ୨୦୧୫ ଜୁନ ୨୧ ତାରିଖ ଦିନ ସାରା ବଶ୍ୱ ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ। ସେହି ପବିତ୍ର ଯୋଗ ଦିବସ ଉପଲକ୍ଷେ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମା ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଓ ଏନସିସି ଅଫିସର ନିରାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ଏନସିସି କ୍ୟାଡେଟ ବୃନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଯୋଗ ଅଭ୍ୟାସ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here