ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳନ

0
246

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସ୍ଥିତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଶୈଳବାଳା ବିଷୋୟୀ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା,ସିଏଚଓ ଜାନକୀ ସାହୁ,ସୁମତି କୁମାରୀ ପାଣିଗ୍ରାହୀ, ବିଦ୍ୟାଳୟ ସଭାପତି ତ୍ରିଲୋଚନ ଦାସ,ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ମାନବ ସମାଜରେ ଯୋଗର ଉପକାରିତା,ସୁଫଳ ଏବଂ ଭାରତରେ ଯୋଗ କୁ କିପରି ପ୍ରାଧାନ୍ୟ ଦିଆଯାଇଛି ସେ ନେଇ ଅତିଥି ବୃନ୍ଦ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ବୁଝାଇ ଥିଲେ। ଯୋଗ ଗୁରୁ ଜୟଚନ୍ଦ୍ର ବିଷୋୟୀ ଛାତ୍ରଛାତ୍ରୀ ଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here