ବେକରେ ରଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

0
319

ବୁଗୁଡା(ଅନିଲ କୁମାର ମହାରଣା ) ବୁଗୁଡା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମ ଖଦାଳ ସାହିର ଜଣେ ଯୁବକ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାଦୁଆ ଖଦାଳ ସାହିର ନାରାୟଣ ନାୟକଙ୍କ ପୁଅ ସତ୍ୟବାନ ନାୟକ(୩୯) ମାର୍ଚ୍ଚ ୬ ତାରିଖ ଦିନ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ବୁଗୁଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ବୁଗୁଡା ଥାନା ୟୁଡି କେସ ନଂ ୦୬/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here