ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ପ୍ରଭୁଙ୍କୁ ଗଜାନନ ବେଶ।

0
290

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜଗନ୍ନାଥ ମନ୍ଦିର ରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଆଜି ସକାଳ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ମାଆ ଶୁଭଦ୍ରା ଙ୍କ ମଙ୍ଗଳ ଆଳତି ପରେ ଠାକୁରମାନଙ୍କ ନୀତି କାନ୍ତି ଅନୁସାରେ ତିନି ଦିଅଁଙ୍କୁ ପିଠରୁ ଓହ୍ଲାଇ ସଜବାଜ କରି ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରାଇଥିଲେ। ସ୍ନାନ ମଣ୍ଡପରେ ତିନି ଠାକୁରଙ୍କ ଗଙ୍ଗା ଜଳ, ପଇଡ଼ ପାଣି ଦ୍ଵାରା ସ୍ନାନ କରି ଚନ୍ଦନ ଲାଗି କରାଯାଇ ଥିଲା। ଯାହା କି ଠାକୁରଙ୍କ ନୀତି କାନ୍ତି ଅନୁସାରେ ସ୍ନାନ ମଣ୍ଡପରେ ଆଳତି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରେ ଠାକୁରମାନଙ୍କ ଗଜାନନ ବେଶ ମଧ୍ୟ କରିଥିଲେ। ସନ୍ଧ୍ୟା ସମୟରେ ବହୁ ଆଡମ୍ବର ସହିତ ସହରରେ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ସତପଥି ପହଣ୍ଡି ବିଜେ ସମୟରେ ନିଜେ ଉପସ୍ଥିତ ଥିଲେ ସାନ୍ତିସୃଙ୍ଖଳା ନିମନ୍ତେ। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ପୁଲିସ ପ୍ରଶାସନ ପକ୍ଷରୁ ପୁଲିସ ମୁତୟନ କରାଯାଇଥିଲା। ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ପ୍ରଶାସନିକ ପକ୍ଷରୁ ଅତି ସୁରୁଖୁରୁରେ ପରିଚାଳନା କରିଥିଲେ। ବିଗତ ଦୁଇ ବର୍ଷ ରେ କୋରନା ମହାମାରୀ ଯୋଗୁଁ ଭକ୍ତମାନେ ଠାକୁରଙ୍କ ଦର୍ଶନ ରୁ ବାଦ୍ ପଡିବା କ୍ଷେତ୍ରର ଚଳିତ ବର୍ଷ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବା ବେଳେ ସମସ୍ତ ଭକ୍ତ ଠାକୁରଙ୍କ ଦର୍ଶନ ପାଇ ବେସ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here