ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ।

0
278

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ କଲୋନୀ ଠାରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବୈଠକ ସହିତ
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯାହା କି ରଜଦୋଳି, ଗୀତ ଓ ନାଚର ଆୟୋଜନ କରାଯାଇଥିବା ବେଳେ ଏଥିରେ ସମସ୍ତ ମହିଳା ମାନେ ଆନନ୍ଦ ଉଲ୍ଲାସରେ ଭରପୁର ମଜା ନେଇଥିଲେ। ଏଥିରେ ପାରଳାଖେମୁଣ୍ଡି ପୈର ପରିଷଦର ୭ନମ୍ବର ୱଡର ସଭ୍ୟା ଶ୍ରୀମତି ଧରିତ୍ରୀ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତୀ ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟାକ, ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ, ଶ୍ରୀମତି ଅଳକା ସାହୁ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର ରଜ ଉତ୍ସବ ର ମାହାତ୍ମ୍ୟ ସଂପର୍କ ବିଷୟରେ ବଝାଇ ଥିଲେ। ଏବଂ ରଜର ମୁଖ୍ୟ ଆକର୍ଷଣ ଥିଲା ପୋଡ଼ ପିଠା,ଗଜା, କାକରା, ଆରିସା ଓ ଅନ୍ୟାନ୍ୟ ମିଠା ମିଠା ସହିତ ରଜପାନ ଓ ଶୀତଳ ପାନୀୟ ପରିବେଷଣ କରାଯାଇଥିଲା। ସୁଶ୍ରୀ ଅନ୍ଵେଷା ଏକ ସୁନ୍ଦର ଜଗନ୍ନାଥ ଜଣାଣ ଗାନ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କୁ ନେଇ ନାଚର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନ ର ସଦସ୍ୟା ମାନେ ସୁନୀତା ରଥ, ରାଜେଶ୍ଵରୀ ବେବର୍ତ୍ତା, ବିଷ୍ଣୁପ୍ରୀୟା ବେହେରା, ମଧୁସ୍ମିତା ପାଢ଼ୀ,ମେଗା ପଣ୍ଡା, ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବ ଶେଷରେ ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here