ଅବ୍ୟବସ୍ଥାରେ ଚାଲିଛି ପାରଳାଖେମୁଣ୍ଡି ମୁଖ୍ୟ ସ୍ବାସ୍ଥ୍ୟ ଚିକିତ୍ସାଳୟ ; ସୁରକ୍ଷା ବ୍ୟବସ୍ଥା ଠପ୍

0
283

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହା କି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ମୃତ ଘୋଷିତ ହୋଇଥିବା ଶବକୁ ଖାସ୍ କରି କିଛି ଲୋକ ବ୍ୟବଚ୍ଛେଦ ପୂର୍ବରୁ ଜବରଦସ୍ତି ଉଠାଇ ନେଇ ଯାଇଥିଲେ। ଖବର ପାଇ ବିଭାଗୀୟ କର୍ତୁପକ୍ଷ ସେହି ଶବକୁ ରାସ୍ତା ଉପରୁ ଫେରାଇ ଅଣାଯିବା ନେଇ ମୂଖ୍ୟ ଚିକିତ୍ସାଳୟ ର ସୁରକ୍ଷା ବ୍ୟବସ୍ଥା ଉପରେ କଡା କଡି ନଜର ନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିଘଟଣାରୁ ପ୍ରକାଶ ଯେ ଗତକାଲି ରାତ୍ର ସମୟରେ ରାମଗିରି ଅଞ୍ଚଳର ଜଣେ ଯୁବକ ଗଛରୁ ପଡି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ରୋଗୀ ର ଅବସ୍ଥା ଗୁରୁତର ହେବାରୁ ସେହି ରୋଗୀକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ଫଳରେ ସେ ଯୁବକକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ରେ ପରିବାରବର୍ଗ ଆଣି ପହଞ୍ଚି ବା ପରେ ଯୁବକ ଜଣକଙ୍କ ମୃତ୍ୟୁ ଘଟିଥିବାର ଘୋଷଣା କରାଯାଇଥିଲା । ଏହାପରେ ଶବକୁ ବ୍ୟବଚ୍ଛେଦ କରାଯିବ ପରେ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଥିଲା । ଫଳରେ କିଛି ଲୋକେ କୌଣସି କାରଣରୁ ଶବକୁ ଏକ ବାଇକ ଯୋଗେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରୁ ଶବକୁ ନେଇ ଯାଇଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଳୟ ନିକଟରୁ ଏକ କାର ଯୋଗେ ଶବକୁ ନେବା ପାଇଁ କାର ଭିତରେ ଶବଟିକୁ ଭର୍ତ୍ତି କରିଥିଲେ । ଇତି ମଧ୍ୟରେ ଏ ଘଟଣା ନେଇ ଜାଣିପାରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାଗାର୍ଡ ଓ ହେଲ୍ପଡେସ୍କ କର୍ମଚାରୀ ଗାଡି ଯୋଗେ ପିଛା କରି ଶବ ନେଉଥିବା କାରକୁ ଠାବ କରି ଅଟକାଇ ଥିଲେ । ହେଲେ ଶବ ନେଇ ଯାଉଥିବା କାରରୁ ଶବକୁ ରାସ୍ତା କଡରେ ଫୋପାଡି ଦେଇ ସେମାନେ ଚମ୍ପଟ ମାରିଥିଲେ । ପରିଶେଷରେ ପିଛା କରୁଥିବା ହସ୍ପିଟାଲ କର୍ମଚାରୀ ଶବକୁ ମହାପ୍ରୟାଣ ଗାଡିରେ ପୁଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣିଥିଲେ । ଡାକ୍ତରଖାନା ପରିସରରୁ ମୃତ ଦେହକୁ ଏପରି ଭାବେ ଉଠାଇ ନିଆଯିବ ଘଟଣା ଡାକ୍ତରଖାନାର ସୁରକ୍ଷା ଆବ୍ୟବସ୍ଥାକୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପୂର୍ବରୁ ମଧ୍ୟ ଗୋଟିଏ ନବଜାତ ଶିଶୁ କୁୁ ଆଟୋ ରିକ୍ସସାରେ ଆନ୍ଧ୍ର ପ୍ରଦେଶ କୁ ନେଇ ଯାଇଥିଲେ। ନେ ଇ ଦିନ ଚିକିତ୍ସାଳୟ ରେ ନିୟୋଜିତ ସୁୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏହି ପରି କାର୍ଯ୍ୟ ହେଇପାରୁଛି। ଏହିି ବିଷୟରେ ଗଜପତି ଜିଲ୍ଲାପାଳ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ଲୋକେ ଏବଂ ବଦ୍ଧି ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here