ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗ ଜୀବନ କ୍ଳବ୍ ଠାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ

0
307

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥାନୀୟ ସିଟି ହସ୍ପିଟାଲ ରୋଡ଼ ସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ଜୀବନ କ୍ଳବ୍ ଠାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଭାଗୀୟ ସହକାରୀ ଯନ୍ତ୍ରୀ ତଥା ଜୀବନ କ୍ଳବ୍ ସେକ୍ସନ ବିଶ୍ଵକର୍ମା ପୂଜା କମିଟି ଅଧ୍ୟକ୍ଷ ଇଂ ଜଗଦୀଶ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ପୂଜା କମିଟି ସମ୍ପାଦକ ରବି କୁମାର ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ଅବସରରେ ବିଭାଗୀୟ ଅବସରପ୍ରାପ୍ତ କର୍ମଚାରୀ ତଥା ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତ୍ତା ଓ ପୂଜା କମିଟି ପୂର୍ବତନ ସଭାପତି ଦୀନବନ୍ଧୁ ଶ୍ରୀପଲ୍ଲବ ଓ ରଘୁନାଥ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ କର୍ମଚାରୀଙ୍କ ଭଳି ନିଷ୍ଠାର ସହ ବିଭାଗୀୟ କାର୍ଯ୍ୟକୁ ସୁଚାରୁରୂପେ ନିର୍ବାହ କରି ଜନସାଧାରଣଙ୍କୁ ସେବା ପ୍ରଦାନ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭା ରେ ସମ୍ମାନିତ ଅତିଥି ଇଂ ଡି. ପ୍ରକାଶ ରାଓ, ଇଂ ପ୍ରଶାନ୍ତ କୁମାର ମିଶ୍ର, ଇଂ ପ୍ରଦୀପ କୁମାର ପଟ୍ଟନାୟକ ଙ୍କ ସମେତ ସଂଘର ଖଣ୍ଡ ସମ୍ପାଦକ ଆମ୍ବିରି ଜେନା, ଉପସଭାପତି ଟୁନା ପଣ୍ଡା କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ଏବଂ ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର କୋଠିଆ, ହରିହର ବେହେରା ଏବଂ ପୂଜା କମିଟି କୋଷାଧ୍ୟକ୍ଷ ଡି ଗୁରୁନାଥ, ବରିଷ୍ଠ ସଦସ୍ୟ ପ୍ରତାପ ଚନ୍ଦ୍ର ବିଷୋୟୀ, ଜି. ଲବ, ଶିଶିର କୁମାର ଗୌଡ଼ ପ୍ରମୁଖଙ୍କ ସମେତ ସଂଘ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ଡି ଗୁରୁନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here