୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ

0
265

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ମାମଲା ରୁଜ୍ଜୁ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପୋଲିସ ବାବୁ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡିର ASI ମାନସ କୁମାର ରାଉତ ଗୋଟିଏ ମାମଲା ରୁଜ୍ଜୁ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଛି । ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଂଚାୟତ ର ଲକ୍ଷ୍ମଣପୁର ଗ୍ରାମର ସ୍ୱାଧୀନ କୁମାର ବିଷୋୟୀ ଙ୍କୁ ଆଇତିପୁର ଗ୍ରାମର ଦୁଇ ଜଣ ଯୁବକ ଫୋନ ରେ ବିଭିନ୍ନ ଧମକ ଚମକ ଦେଉଥିଲେ । ସ୍ୱାଧୀନ ଭେଜିପୁଟ ଫାଣ୍ଡି ରେ ଏ ସମ୍ପର୍କରେ ଏତଲା ଦେଇଥିଲେ ଏବଂ ମାମଲା ରୁଜ୍ଜୁ କରିବା ପାଇଁ ASI ମାନସ କୁମାର ରାଉତ ଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ।ତେବେ ମାମଲା ରୁଜ୍ଜୁ କରିବା ପାଇଁ ASI ମାନସ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିରେ ଅକ୍ଷମତା ପ୍ରକାଶ କରିବା ରୁ ୩ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା । ଏ ସମ୍ପର୍କରେ ସ୍ୱାଧୀନ ଭିଜିଲାନ୍ସ ବିଭାଗ କୁ ଜଣାଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଭେଜିପୁଟ ର ଏକ ପାନ ଦୋକାନ ରେ ସ୍ୱାଧୀନ ASI ମାନସ ଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ରେଡ଼ ହେଣ୍ଡେଡ଼ ଧରିଥିଲେ ।ମାନସ କୁମାର ରାଉତ ଙ୍କ ଭେଜିପୁଟ ଗ୍ରାମରେ ଥିବା ଭଡ଼ାଘର ଓ ପୁରୀରେ ରହୁଥିବା ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here