ତାଳପଡ଼ାରେ ସେରୋ ସର୍ଭେ, ୪୦ ଜଣଙ୍କ ନମୁନା ସଂଗ୍ରହ

0
265

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) : ଗଞ୍ଜାମ ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ । ଏଥିପାଇଁ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)ର ଏକ ସ୍ୱତନ୍ତ୍ର ଦଳ ଜିଲ୍ଲାରେ ପହଂଚିଛନ୍ତି । ଏମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇଛି । ସେମାନଙ୍କୁ ସହଯୋଗ ପାଇଁ ଲ୍ୟାବ ଟେକ୍ନିସିଆସନ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ଜିଲ୍ଲାରେ ଏହା ତିନିଦିନ ଧରି ଚାଲିବ । ଜିଲ୍ଲାରେ ମୋଟ ୧୦ଟି ସ୍ଥାନ ରେ ଏହି ସର୍ବେକ୍ଷଣ କରାଯିବ ବୋଲି ଜଣାପଡିଛି । ଆଜି ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତାଳପଡ଼ା ରେ ଆର ଏମ୍ ଆର ସି ର ଏକ ୪ ଜଣିଆ ଟିମ ପହଞ୍ଚି ସେରୋ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ମୋଟ ୪୦ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଥିଲା ।ସେଥିରୁ ୨୮ଟି ସାବାଳକ,୧୦ ରୁ ୧୭ ବର୍ଷ ୮ ଟି ଓ ୬ ରୁ ୯ ବର୍ଷ ୪ ଜଣ ଶିଶୁମାନଙ୍କ ନମୁନା ସଂଗ୍ରହ କରାଯାଇ ଥିବା ଜଣାପଡିଛି । କରୋନାରେ କେତେ ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବା ଆଂଟି ବଡି ସୃଷ୍ଟି ହୋଇଛି ତାହାକୁ ମାପିବା ପାଇଁ ଏହି ସର୍ଭେ କରାଯାଉଛି । କରୋନା ତୃତୀୟ ଲହରୀରେ ଶିଶୁ ମାନଙ୍କୁ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରଥମଥର ପାଇଁ ଶିଶୁମାନେ ଏହି ସର୍ବେକ୍ଷଣରେ ସାମିଲ ହୋଇଛନ୍ତି |ଏଥିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପାରାମେଡିକାଲ କର୍ମଚାରୀ ଅନିତା ସାହୁ ସହଯୋଗ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here