ମଇ ୩୧ ରେ ଅବସର ନେଲେ ଦୁଇ ଜଣ ପ୍ରାଥମିକ ଶିକ୍ଷକ

0
278

ବୁଗୁଡା :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ଦୁଇ ଜଣ ପ୍ରାଥମିକ ଶିକ୍ଷକ ମଇ ୩୧ ତାରିଖ ଦିନ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ଜଣାପଡିଛି। ଅବସର ଗ୍ରହଣ କରିଥିବା ଦୁଇ ଜଣ ଶିକ୍ଷକ ହେଲେ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାକର ଦାଶ ଓ ବି.ଡି.ପୁର ନୋଡାଲ ବୁଦ୍ଧଗିରି ବିଦ୍ୟାପୀଠର ସହକାରୀ ଶିକ୍ଷକ ଜଗନ୍ନାଥ ମିଶ୍ର। ମଙ୍ଗଳବାର ଦିନ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷକ ଦ୍ୱୟ ପ୍ରଭାକର ଦାଶ ଓ ଜଗନ୍ନାଥ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକଙ୍କ ସମେତ ସିଆରସିସି ଓ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here