ଗୋପାଳପୁର ଜଙ୍କସନରୁ ଉଦ୍ଧାର ହେଲା ୫ ଫୁଟର ଅଜଗର

0
230

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନରୁ ଏକ ୫ ଫୁଟର ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତା । ଗୋପାଳପୁର ଜାତିୟ ରାଜପଥ କଡରେ ଏକ ବିରାଟକାୟ ସାପକୁ ଦେଖି ବାଟୋଇ ମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲେ । ଏହାପରେ ଜାତିୟ ରାଜପଥର ସୁରକ୍ଷାରେ ନିୟୋଜିତ ଥିବା ହାଇୱେ ପେଟ୍ରୋଲ କର୍ମଚାରୀମାନେ ଗହଳିକୁ ଦେଖି ଉକ୍ତ ଜାଗାକୁ ଯାଇଥିଲେ । ସେଠାରେ ସାପଟିକୁ ଦେଖି ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ପାଞ୍ଚଫୁଟ ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ । ସାପଟିକୁ ଉଦ୍ଧାର କରିବା ସମୟରେ ହାଇୱେ ପେଟ୍ରୋଲ କର୍ମଚାରୀ ଏସପିଓ ଏସଆଇ ପ୍ରକାଶ ଚନ୍ଦ୍ର ପାଳ, ଦାମୋଦର ପାତ୍ର, ଡିଡି ପଟ୍ଟନାୟକ ଓ ଦେବେନ୍ଦ୍ର ବାଡତ୍ୟା ଉପସ୍ଥିତ ଥିଲେ । ଉଦ୍ଧାର ସାପଟିକୁ ବନ ବିଭାଗର ପରାମର୍ଶକ୍ରମେ ଆସନ୍ତାଲ କାଲି ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here