ମହାନଗର ମହୋତ୍ସବର ଦଶମ ସନ୍ଧ୍ୟା, ଗଞ୍ଜାମ ର ସାମ୍ବାଦିକ ମାନଙ୍କ ରହିଛି ସକରାତ୍ମକ ଚିନ୍ତାଧାରା- ଜିଲ୍ଲାପାଳ

0
274

ବ୍ରହ୍ମପୁର – କଳା , ସଂସ୍କୃତି, ଓ ସାହିତ୍ୟକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଯାଇଛି ମହାନଗର ମହୋତ୍ସବ। ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଏହି ମାଟିର ମହୋତ୍ସବ ଆୟୋଜିତ ହୋଇ ଆସୁଛି। ଆଜି ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ କହିଥିଲେ ଯେ ଗଞ୍ଜାମ ମାଟି ହେଉଛି କଳାକାରଙ୍କ ମାଟି। ଏହି ମାଟିର କଳାକାର ମାନେ ଆଜି ସାରା ବିଶ୍ୱରେ ସେମାନଙ୍କର କଳା କୁ ପ୍ରତିପାଦିତ କରିପାରିଛନ୍ତି। ତେଣୁ କଳା ଓ କଳାକାର ଙ୍କ ସମେତ ପ୍ରତିଭାବାନ ବ୍ୟକ୍ତିତ୍ୱ ଙ୍କୁ ସେମାନଙ୍କ କଳା କୁ ପରିବେଷଣ କରିବା ପାଇଁ ହେଲେ ଏଭଳି ମହୋତ୍ସବ ର ଆବଶ୍ୟକ ରହିଥିବା ମତ ପ୍ରକାଶ କରିଥିଲେ। । ସେହିପରି ସମ୍ମାନିତ ଭାବେ ପିଡ଼ି ଡିଆରଡିଏ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ , ବ୍ରହ୍ମପୁର ଉପ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି , ବିଏମସି କମିଶନର ସିଧେଶ୍ୱର ବଳିରାମ ଵନ୍ଦାର , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଅନ୍ତର୍ଜାତୀୟ ଉଦଘୋଷକ ହୃଷିକେଶ ପାଣିଗ୍ରାହୀ, ଅନ୍ତର୍ଜାତୀୟ ଉଡଦଘୋଷକା ସୁଦୀପ୍ତା ପାଣିଗ୍ରାହୀ,ମହୋତ୍ସବ ଆବାହକ ଇଂ. ଉମା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ମାଟିରେ ଲଗାତାର ପ୍ରତିବର୍ଷ ଏଭଳି ମୋହତ୍ସଵ ଆୟୋଜିତ ହୋଇ ଆସୁଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇବା ସହ ଗଞ୍ଜାମ ଜିଲ୍ଲାର କଳାକୁ ଉଜ୍ଜୀବିତ କରିବା ପାଇଁ ଏହି ମହୋତ୍ସବ ଏକ ପ୍ଲାଟଫର୍ମ ବୋଲି ମତ ରଖିଥିଲେ।

ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋପାଳ ପଟ୍ଟନାୟକ ଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସିନ ଥିଲେ। ସର୍ବା ଶେଷରେ ଶଙ୍କର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ମହୋତ୍ସବ ସନ୍ଧ୍ୟାର ଏହି ମଞ୍ଚରେ ବ୍ରହ୍ମପୁର ସହରର ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କର ନିଷ୍ଠାପର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଇଥିଲା।ସେହିପରି ମହାନଗର ମହୋତ୍ସବ ର ମଞ୍ଚ ରେ ବ୍ରହ୍ମପୁର ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଙ୍କୁ ନିଜର ସମ୍ମାନିତ କରାଯାଇଥିଲା।

ମହାନଗର ମହୋତ୍ସବର ମଞ୍ଚରେ କେବଳ କଳା ସଂସ୍କୃତି ନୁହେଁ ବରଂ କବି ଏବଂ କବୟିତ୍ରୀ ମାନେ ମଧ୍ୟ କବିତା ପାଠ କରୁଛନ୍ତି। ଆଜି ମହୋତ୍ସବ ର ଦଶମ ଦିବସରେ ଓଡ୍ର ସାହିତ୍ୟ ସଂସଦ , ପିତଳ, ଗଞ୍ଜାମ ତରଫରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିତା ପରିବେଷଣ କରିଥିବା କବି, କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାନଗର ମହୋତ୍ସବ ର ଉପ ସଭାପତି , ସାହିତ୍ୟିକ, କବି ତଥା ଶିକ୍ଷାବିତ ମିହିର ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ନୃତ୍ୟୟନ ଅନୁଷ୍ଠାନ,ଟାଇକୋଣ୍ଡ ଏସୋସିଏସନ ଅଫ ବ୍ରହ୍ମପୁରର କଳାକାରଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଆଖପାଖରୁ ବେଶ ଜନସାଧାରଣଙ୍କ ସମାଗମ ହୋଇଥିଲା।

ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମହୋନ ମହାପାତ୍ର ଙ୍କ ପ୍ରଚେଷ୍ଟାରୁ ପ୍ରତିଦିନ ଭଳି ଆଜି ବି ସକାଳ ପ୍ରତିଭା ସମ୍ମାନରେ ଓଡିଶୀ ନୃତ୍ୟାୟନ ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା।

ନବମ ସନ୍ଧ୍ୟାରେ ମହୋତ୍ସବ କମିଟିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ ,ସତ୍ୟ ଚେତନ ପରିଡା, ସ୍ୱାଧୀନ ପାତ୍ର , ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ଆକର୍ଷଣ ପାଲଟିଛି ରାଜ୍ୟ ତଥା ରାଜ୍ୟ ବାହାରର ୧୦୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିଲେ ଘୋରଇ ସାମଗ୍ରୀ ସମେତ ବିଭିନ୍ନ ରକମର ଖାଦ୍ୟ ପଦାର୍ଥ ଓ ଘର ସଜଣା ଉପକରଣ ବିକ୍ରିବଟା ହେଉଛି। ଯାହା ମହୋତ୍ସବ ସନ୍ଧ୍ୟା କୁ ଆହୁରି ଆକର୍ଷଣୀୟ କରୁଛି।

LEAVE A REPLY

Please enter your comment!
Please enter your name here