ଐତିହାସିକ ଯୋଗୀ ପାହାଡ଼ ଠାରେ “ଯୋଗୀ ଜୀବନୀ” ପୁସ୍ତକ ଉନ୍ମୋଚିତ

0
400

ବୁଗୁଡା : ବାଲିପଦରର ବିଶିଷ୍ଟ କାଷ୍ଠ ଶିଳ୍ପୀ ସ୍ବର୍ଗତ ଯୋଗୀ ମହାରଣା ଙ୍କ ସାଧନା ପୀଠ ଯୋଗୀ ପାହାଡ଼ ଗୁମ୍ଫା ଠାରେ ସିମିଳିଗୁଡାର ବରିଷ୍ଠ ସାହିତ୍ୟିକ କୋରାମଣୀ ମହାରଣାଙ୍କ ରଚିତ ପୁସ୍ତକ “ଯୋଗୀ ଜୀବନୀ” ପବିତ୍ର ଶ୍ରୀ ପଞ୍ଚମୀ ଦିନ ଉନ୍ମୋଚିତ ହୋଇଯାଇଛି । ଘୁମୁସରର ମହାନ କାଷ୍ଠ ଶିଳ୍ପୀ, ସାଧକ ସ୍ୱର୍ଗତ ଯୋଗୀ ମହାରଣାଙ୍କ ସାଧନା, ଭଞ୍ଜ ରାଜବଂଶ ସହ ସମ୍ପର୍କ ଓ ନିଜ ଜନ୍ମମାଟି ବାଲିପଦର ର ଐତିହ ଓ ଯୋଗୀ ପାହାଡର ଯୋଗୀ ଗୁମ୍ଫା ସମ୍ପର୍କରେ କୋରାମଣି ମହାରଣା ଅତି ସୁନ୍ଦର ଭାବେ “ଯୋଗୀ ଜୀବନୀ” ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ପୁସ୍ତକଟିକୁ “ଯୋଗୀ ମହାରଣା ଫାଉଣ୍ଡେସନ, ବାଲିପଦର, ଗଞ୍ଜାମ” ଓ “ବିଶ୍ଵକର୍ମା ଜ୍ଞାନ ମନ୍ଦିର, ସିମିଳିଗୁଡା,କୋରାପୁଟ” ଦ୍ୱାରା ପ୍ରକାଶିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର” ବାଲିପଦର ଆନୁକୁଲ୍ୟରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ “ଯୋଗୀ ଜୀବନୀ” ପୁସ୍ତକ ଉନ୍ମୋଚନ ହୋଇ ଘୁମୁସରର ଇତିହାସରେ ବାଲିପଦର ମାଟିର ଭୂମିକା ଓ ଯୋଗୀ ମହାରଣାଙ୍କ ବଂଶଧର ମାନଙ୍କ ଭଞ୍ଜ ରାଜବଂଶ ସହିତ ସମ୍ପର୍କ ବିଷୟ ଆଲୋଚନା କରିଥିଲେ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କବି ସୁକୁମାର ବିଶ୍ବାଳ, କୋରାମଣୀ ମହାରଣା, ଅଧ୍ୟାପକ ତଥା ବିଶ୍ଵକର୍ମା ସମାଜ ଘୁମୁସର ତସଲୁକା ସଭାପତି ସୂର୍ଯ୍ୟମଣୀ ମହାରଣା, ସମାଜସେବୀ ଖଲି ପରିଡ଼ା, ସନ୍ୟାସୀ ମହାରଣା, ହରପ୍ରସାଦ ଦାସ, ରାଜେନ୍ଦ୍ର କୁମାର ମହାରଣା, ଦୀନବନ୍ଧୁ ମହାରଣା, ପୁରୁଷୋତ୍ତମ ମହାରଣା ଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଖଲିପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here