ଅଗ୍ନିକାଣ୍ଡରେ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

0
242

ବାଲିଗୁଡା:(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ଅଘଟଣ । ସର୍ଟ ସର୍କିଟ୍‌ରୁ ଘର ଜଳି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି l ତେବେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଥିବା ପରିବାର ଲୋକେ । ଗ୍ରାମର ଜସେଫ ପ୍ରଧାନଙ୍କ ଘରେ ନିଆଁ ଲାଗି ଯାଇଥିବା ଫଳରେ ତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଜସେଫ ଓ ତାଙ୍କ ପରିବାର ସଦସ୍ୟ କାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ଏହାପରେ ଘରେ ଥିବା ଗ୍ୟାସ ହାଣ୍ଡି ଫାଟିଯିବା ଫଳରେ ନିଆଁର ପ୍ରକୋପ ବୃଦ୍ଧି ଯୋଗୁଁ ନିଆଁକୁ ଆୟତ୍ତ କରିହେଲା ନାହିଁ l ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପହଁଚିବା ବେଳକୁ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ନିଆଁ ଲାଗିବା ଦ୍ୱାରା ଜସେଫଙ୍କ ଘରେ ଥିବା ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା, ସୁନା ୬୦ ଗ୍ରାମ, ରୂପା ଟଙ୍କା ୩୦ ଗୋଟି ସହ ପାଉଁଜି, ଚାଉଳ ୧୦ କ୍ୱିଣ୍ଟାଲ,ଧାନ ୧୦୦ ବସ୍ତା, ଚୁନା ମିଲ , ୨୫ ଗୋଟି ପିତଲ ମାଠିଆ, ୬୦ ହଜାର ଟଙ୍କାର କ୍ୟାସିଓ , ୫ ଗୋଟି ଆଣ୍ଡ୍ରଏଡ ମୋବାଇଲ, ସୋଲାର ପ୍ଲେଟ ସହ ଘରେ ଥିବା ବିଭିନ୍ନ ଜରୁରୀ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣା ପଡିଛି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here